ଦିନବନ୍ଧୁ ଆଇନ୍ ମହାବିଦ୍ୟାଳୟ ପରିସରରେ ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ ସାରସ୍ୱତ ସମର୍ଥନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ସର୍ବ ପୂରାତନ ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତୁଳସୀ କଲଚ୍ୟୁରାଲ୍ ଆସୋସେସନ୍ କେନ୍ଦ୍ରାପଡା ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ଏବଂ ଏକାଧାରାରେ ଜଣେ ଗାଳ୍ପିକ,ଅଧ୍ୟାପକ, ନାଟ୍ୟକାର, କଥାକାର ତଥା ସାରଳା ପୁରସ୍କାର ବିଜେତା ଓ କେନ୍ଦ୍ରାପଡା ମାଟିର ଗର୍ବ ଆଉ ଗୌରବ ଏବଂ ସୁସାହିତ୍ୟି ଭାବେ ଖାଲି ସମଗ୍ର ଓଡିଶା ମାଟିରେ ନୁହେଁ ସମଗ୍ର ଭାରତ ବର୍ଷରେ ଜଣେ ସୁନାମଧାରୀ ଏବଂ ସୁପରିଚିତ ବ୍ୟକ୍ତିତ୍ୱର ଅଧିକାରୀ ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ଅତିବଡି ସାରଳ ପୁରଷ୍କାର ପ୍ରଦାନ କରାଯାଇ ଥିବାରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସାରସତ୍ୱ ସମର୍ଥନ ଓ ଶୁଭେଚ୍ଛା ଜଣାଇଁଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଦୂରଦର୍ଶନର ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିନ ରାଉତରାୟ ଏବଂ କବି, ଗାଳ୍ପିକ ଓ ନାଟ୍ୟକାର ଚୀନମୟୀ ଷଡଂଗୀ ଉପସ୍ଥିତ ରହି ଡକ୍ଟର ବେହେରାଙ୍କ ଜୀବନାଦେଶ ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କୌଳାଶ ଚନ୍ଦ୍ର ମହାନ୍ତି, ତୁଳସୀ କଳଚୁରାଲର ମୂଖ୍ୟ ଅଭିନେତା ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ ମହାନ୍ତି, ରବିନ୍ଦ୍ର ରଥ, ନୀରଞନ ଦାସ, ଗଙ୍ଗାଧର ପାତ୍ର, ପୁରାତନ ସଦସ୍ୟ ଅଶୋକ କୁମାର ସାହୁ, କବି ଚାରୁଲତା ଭୂୟାଁ, ସୁଧାଂଶୁ ଶେଖର ପଣ୍ଡା, ନୀରଞନ ସାହୁ, ନାଟ୍ୟ ନିର୍ଦ୍ଦେଶକ ଦିଲୀପ ସାହୁ, ପ୍ରଫୁଲ୍ଲ କୁମାର ଦାସ, ସମାଜସେବୀ ମାନସ କୁମାର ସାହୁ, ତପନ କୁମାର ମହାନ୍ତି,ଗଣେଷ ସାହୁ, ଅୟିଶୂର୍ଯ୍ୟ ଜେନା, କଳା ନିର୍ଦ୍ଦେଶକ ରତ୍ନାକର ସାହୁ, ଅଭିନେତା ଅକ୍ଷୟ କୁମାର ସେନାପତି, ନୂତ୍ୟଗୁରୁ ଭାନୁପ୍ରିୟା ଖଟୁଆ, ସଯୁକ୍ତା ଦାସ, ଉମାକାନ୍ତ ଜେନା ଓ ଗୌତ୍ତମ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡ଼ାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here