ରାଜ୍ୟସ୍ତରୀୟ ଦୁଇ ଦିନିଆ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଉଦଯାପିତ : ପୁରୀ

ପୁରୀ– ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିନିମନ୍ତେ ନିର୍ବାଚନ ଅଧିକାରୀ ଓ ନୋଡାଲ ଅଫିସର ମାନଙ୍କ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ସଂକ୍ରାନ୍ତୀୟ ଦୁଇ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଗତକାଲି ଜିଲ୍ଲାପାଳ ଏହି ତାଲିମ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ପ୍ରସଙ୍ଗ ଉପରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ନିର୍ବାଚନ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀ ଏବଂ ନିର୍ବାଚନ ସମୟରେ ସେକ୍ଟର ଅଫିସର ମାନଙ୍କ ଭୂମିକା ଓ ଦାୟିତ୍ବ, ଆଦର୍ଶ ଆଚରଣ ବିଧି ପାଳନ, ନିର୍ବାଚନୀ ଖର୍ଚ୍ଚ ତଦାରଖ ଉପରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଏବଂ ଇଭିଏମ୍, ଭିଭିପ୍ୟାଟ୍, ସମ୍ବେଦନଶୀଳ ବୁଥ ନିର୍ଣ୍ଣୟ, ସୁରକ୍ଷାକର୍ମୀ ମୁତୟନ, ଭୋଟ ଗଣନା ସଂପର୍କରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପିଡି ଡିଆରଡିଏ ଶ୍ରୀ ନିତିରଞ୍ଜନ ସେନ, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here