ଆସନ୍ତା ରବିବାର ଦିନ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ : ପୁରୀ

ପୁରୀ- ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଛି । ଏହା ଫେବୃୟାରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାରେ ପାଞ୍ଚ ବର୍ଷ ବୟସରୁ କମ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁ ସାମିଲ ହେବେ । ଏଥିପାଇଁ ଦୁଇ ଲକ୍ଷ ୩୩ ହଜାର ୫୬ ଡୋଜ ପ୍ରସ୍ତୁତ ରଖାଯାଇଛି । ପ୍ରଥମ ଦିନ ଅର୍ଥାତ ଆସନ୍ତା ୩୧ ତାରିଖରେ ୭୬୬ ଟି ବୁଥରେ ବୁନ୍ଦା ପ୍ରଦାନ କରାଯିବ । ଜିଲ୍ଲାର ଷ୍ଟେସନ, ବସଷ୍ଟାଣ୍ତ, ଶ୍ରୀ ମନ୍ଦିର ନିକଟ, ଚନ୍ଦ୍ରଭାଗା ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ବସ୍ତି ନିକଟସ୍ଥ ୫୬ଟି ସ୍ଥାନରେ ବୁନ୍ଦା ଦିଆଯିବ । ଏହାଦ୍ବାରା ବାହାରୁ ଆସୁଥିବା ପର୍ଯ୍ୟଟକ, ବୁଲା ବେପାରୀ ମାନଙ୍କ ଶିଶୁ ସାମିଲ ହୋଇପାରିବେ । ଏଥି ସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ବୁନ୍ଦା ପ୍ରଦାନ ନିମନ୍ତେ ୩ ହଜାର ୬୪ ଜଣ ବୁନ୍ଦା ପ୍ରଦାନକାରୀ ଏବଂ ୧୬୨ ଜଣ ସୁପରଭାଇଜର ନିଯୁକ୍ତ ହେବେ । ଆସନ୍ତା ୧ ଓ ୨ ତାରିଖରେ ଘରକୁ ଘର ବୁଲି ବୁନ୍ଦା ପ୍ରଦାନ କରାଯିବ । ଏଥିରେ ୩ ଲକ୍ଷ ୬୩ ହଜାର ୩୮ଟି ପରିବାର ସାମିଲ ହେବେ । ଅଙ୍ଗନୱାଡି, ଆଶାକର୍ମୀ ଏବଂ ଏନଏମ୍ ମାନେ ଏଥିରେ ନିଯୁକ୍ତ ହେବେ । ରୋଟାରୀ କ୍ଲବ ପୁରୀ ସାଗର ପକ୍ଷରୁ ଧୋବାଖାଲ ପୋଲିଓ ବୁଥକୁ ମଡେଲ ବୁଥ କରାଯିବ । ଏଥିସହ ଜିଲ୍ଲାକୁ ମ୍ୟାଲେରିଆ ଓ ବାତଜ୍ବର ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି । କୌଣସି ଅଞ୍ଚଳରେ ଜ୍ବର ବ୍ୟାପିଲେ ଏହା ଉପରେ ଆଶା କର୍ମୀ ମାନେ ନଜର ରଖିବେ ଏବଂ ମ୍ୟାଲେରିଆ ଚିହ୍ନଟ ରୋଗୀଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିବେ । କୌଣସି ବେସରକାରୀ ହସପିଟାଲରେ ଜ୍ବର ପରୀକ୍ଷା ବେଳେ ମ୍ୟାଲେରିଆ ଚିହ୍ନଟ ହେଲେ ଅବଗତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଏହାଦ୍ବାରା ୨୦୨୧ ମସିହା ସୁଦ୍ଧା ବାତଜ୍ବର ଏବଂ ୨୦୨୨ ମସିହା ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ ପୂରଣ ହେବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଏଡିଏମଓ ଡଃ ଦେବୀ ପ୍ରସାଦ ମହାପାତ୍ର, ଡଃ ବିରଜା ଶଙ୍କର ରଥ, ଡଃ ନିମାଇଁ ଚରଣ ଜେନା, ଡଃ ଇନ୍ଦିରା କୁମାରୀ ମହାପାତ୍ର, ଡଃ ସୁନିଲ ଦାଶ, ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଡିପିଏମ ଟି. ନାରାୟଣ ସାହୁ, ରୋଟାରୀ କ୍ଲବର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here