ପିଲାମାନଙ୍କର ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୋଲିସ ଆଜି “ଆମ ଖୁସି ଆମ ସୁରକ୍ଷା” ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି

ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିଶ ଷ୍ଟେସନ ପରିସରରେ ପ୍ରଥମ ପୋଲିଶ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦ୍ଘାଟନ କରିଛନ୍ତି ।ଏସପି ସାଗରିକା ନାଥ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ । ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟକେ ବ୍ୟକ୍ତି ଚିନ୍ତିତ ହେବା ଉଚିତ । ଏହି ପିଲାମାନଙ୍କର ସୁରକ୍ଷା,କଲ୍ୟାଣ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରିବାପାଇଁ ସୁନ୍ଦରଗଡ଼ ପୋଲିଶ ଆଜି “ଆମ ଖୁସି ଆମ ସୁରକ୍ଷା” ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିଶ ଷ୍ଟେସନ ପରିସରରେ ପ୍ରଥମ ପୋଲିଶ ଷ୍ଟେସନକୁ ଡିଆଇଜି ୱେଷ୍ଟନ ରେଞ୍ଜ କବିତା ଜଲାନ ଉଦ୍ଘାଟନ କରିଛନ୍ତି । ଏହାପରେ ଆଉ ୫ ଟି ପୋଲିଶ ଷ୍ଟେସନ ଭାସ୍ମା, ବଦଗାଁଓ, କୁତ୍ରା,ଟାଉନ ଓ ବୀରମିତ୍ରପୁରକୁ ନିଆଯିବ । ପ୍ରୋଜେକ୍ଟ ଅଧୀନରେ ଜିଲ୍ଲାର ପ୍ରତ୍ୟେକ ପୋଲିଶ ଷ୍ଟେସନକୁ ଏନସିପିସିଆର ର ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଶୁ ସୁରକ୍ଷା କରିବାପାଇଁ ପଦକ୍ଷେପ ନିଆଯିବ ।
ପ୍ରୋଜେକ୍ଟରେ ୪ ଟି ଉଦ୍ଦେଶ୍ୟ ହେଉଛି , ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ୩ଟି ପର୍ଯ୍ୟାୟ ରହିଛି ସେଗୁଡିକ ହେଉଛି :-

ପ୍ରଥମତଃ – ପିଲାମାନଙ୍କ ନିକଟରେ ପୋଲିଶ କର୍ମଚାରୀଙ୍କୁ ଅଧିକ ନିକଟତର କରିବା । ଯାହାଦ୍ଵାରା ସେମାନେ ଭୟଭୀତ ନହୋଇ ପୋଲିଶକୁ ନିଜର ମନକଥା କହିପାରିବେ ।
ଦ୍ବିତୀୟତଃ-ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାନସିକ ଯତ୍ନ ଓ ପରାମର୍ଶ ଦେଇ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ।
ତୃତୀୟତଃ- ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିବା ।
ଚତୁର୍ଥ – ଶିଶୁ ଅପରଧକୁ ରୋକିବା ଓ ଶିଶୁ ସୁଧାରରେ ସହାୟତା ପାଇଁ କାର୍ଯ୍ୟ କରିବା ।

ପିଲାମାନଙ୍କୁ ଏକ ନିରାପଦ ଓ ଶାନ୍ତ ପରିବେଶ ଯୋଗାଇବା ପାଇଁ ଏକ ପୃଥକ ଗୃହ ରହିବ ଯାହାର ନାମ ଆନନ୍ଦ ଘର ରଖାଯାଇଛି । ଏହି ସ୍ଥାନରେ ଜଣେ ଚାଇଲ୍ଡ ୱେଲଫେୟାର ଅଫିସର୍ ଦାୟିତ୍ୱରେ ରହିବେ । ଦୁଇଜଣ ମହିଳା କର୍ମଚାରୀଙ୍କୁ ଉଭୟ ଆଇନ ବିଶେଷଜ୍ଞ ତଥା ସାଇକୋଲୋଜି କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ତାଲିମ ପ୍ରଦାନ କରାଯିବ କାରଣ ଦୁର୍ବ୍ୟବହାର ଶିକାର ହେଉଥିବା ପୀଡ଼ିତା ଏହାର ସାମ୍ନା କରିପାରିବେ । ଏହି ତାଲିମ ମାଧ୍ୟମରେ ନାବାଳକ ଜଷ୍ଟିସ ଆକ୍ଟ ,ପିଓସିଏସଓ ଆକ୍ଟ,ବାଲ୍ୟ ବିବାହ ଆଦି ରହିବ । କାମ୍ୟୁନିଟି ପାର୍ଟିସିପେଶନ-ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବାପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ପୋଲିଶ ଷ୍ଟେସନକୁ ଆମନ୍ତ୍ରିତ କରାଯିବ । ସେମାନେ ପୋଲିଶର କାର୍ଯ୍ୟକଳାପ ଓ ଭୂମିକା ବିଷୟରେ ଜାଣିପାରିବେ । ଏହି ପଦକ୍ଷେପକୁ ‘ୱାନ ଡେ ଆଟ ୟୋର ପୋଲିଶ ଷ୍ଟେସନ’ କୁହାଯିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here