ଧୁମଧାମରେ ପ୍ରସିଦ୍ଧ ଚାନ୍ଦଲି ଯାତ୍ରା ଅନୁଷ୍ଠିତ ରାଏଡିହିରେ :ସୁନ୍ଦରଗଡ଼

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଦର୍ଲିପାଲି-ରାଏଡିହିର ପ୍ରସିଦ୍ଧ ଚାନ୍ଦଲୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ ଚାନ୍ଦଲୀ ପାହାଡରେ ଅଗଣିତ ଭକ୍ତଙ୍କ ଭିଡ ଜମିଥିଲା । କେହି କୌତୁହଳରେ ଏହି ଯାତ୍ରା ଦେଖିବାକୁ ଆସିଥିଲେ ତ ପୁଣି କେହି ନିଜର ଗୁହାରି ନେଇ ମା'( ଚାନ୍ଦଲୀ ଦେବୀ )ଙ୍କ ଶରଣ ପଶିଥିଲେ । ଆଉ କେତେକ ମା’ (ଦେବୀ)ଙ୍କୁ ସନ୍ତୋଷ୍ଟ କରିବା ନାମରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ନୀରିହ ଜୀବଙ୍କୁ ବଳି ଚଢାଇ ଥିଲେ । ଇଏ ହେଉଛି ମା’ ଚାନ୍ଦଲୀ ଦେବୀଙ୍କ ଯାତ୍ରାର ଭିଡ । କେଉଁ କାଳରୁ ଏହି ଯାତ୍ରା ହୋଇଆସୁଛି ତାହା କେହି ସଠିକ କହିପାରି ନାହାଁନ୍ତି । ହେଲେ ସେମାନଙ୍କ ପୂର୍ବଜଙ୍କ ସମୟରୁ ସେମାନେ ଏହି ଯାତ୍ରା ଦେଖି ଆସୁଥିବା ବେଳେ ଏବେ ପ୍ରାପ୍ତ ବୟସରେ ମଧ୍ୟ ଏହି ଯାତ୍ରା ଦେଖିବାକୁ ଆସୁଥିବା କଥା କେତେକ କହିଛନ୍ତି । ଭକ୍ତଙ୍କର ବିଶ୍ୱାସ ହେଉ ବା ମା’ ଚାନ୍ଦଲୀ ଦେବୀଙ୍କର ଡୋର ହେଉ ଏହି ଦିନ କାହିଁ କେଉଁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଆପଣା ଛାଏଁ ଛୁଟିଥାଏ ବୋଲି କେତେକ ଭକ୍ତ କହିଛନ୍ତି । ମା’ଙ୍କର ଅନେକ ଅଲୌକିକ ଶକ୍ତି ଥିବା କଥା ଏହି ଭକ୍ତ ମାନେ ବିଶ୍ବାସ କରନ୍ତି ବୋଲି କହିଛନ୍ତି । ଯିଏ ମା’ଙ୍କ ନିକଟରେ ସମର୍ପିତ ହୋଇ କିଛି କାମନା କରିଥାଏ ତାହା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି କେତେକ କହିଛନ୍ତି । ଆଉ ସେଥିପାଇଁ ସେମାନେ ମା’ଙ୍କୁ ଭୋଗ ଭାବେ ବୁଦା ( ଛେଳି ) ବଳି ଦେଇଥାନ୍ତି ବୋଲି କହିଛନ୍ତି ।
ଏହି ଶକ୍ତିପୀଠରେ ଯେ କେବଳ ବୁଦା ବଳି ପଡୁଛି ତାହା ନୁହିଁ କେତେକ ଭକ୍ତ ସାତ୍ତ୍ୱିକ ଭୋଗରାଗ ମଧ୍ୟ ଲଗାଇଥାନ୍ତି । ତେବେ ମା’ଙ୍କର ଏହି ଯାତ୍ରା ଦେଖିବା ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ , ଝିଅ ଠାରୁ ବୋହୂ ପର୍ଯ୍ୟନ୍ତ , ବୁଢୀ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଚାନ୍ଦଲୀ ପାହାଡରେ ଜମା ହୋଇଥାନ୍ତି । କେତେକ ମା’ଙ୍କର ଏହି ଆଶୀର୍ବାଦ ନେବାପାଇଁ ପ୍ରତିବର୍ଷ ଆସୁଥିବା କଥା କହିଛନ୍ତି । ତେବେ ପୂଜା କମିଟି ବଳି ପ୍ରଥାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନୋଉଥିବା କଥା କହିଛି ।ଧର୍ମ ଓ ଧାର୍ମିକ ଚେତନାରେ କେତେକ ଭକ୍ତ ମା’ଙ୍କ ଅଲୌକିକ ଶକ୍ତିକୁ ଅନୁଭବ କରୁଥିବା ବେଳେ ଆଉ କେତେକ ଅନ୍ଧ ବିଶ୍ୱାସରେ ବାନ୍ଧି ହୋଇ ମା’ଙ୍କ ନିକଟରେ ନୀରିହ ଜୀବ ମାନଙ୍କୁ ବଳି ପକାଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here