ପୁଣି ଚର୍ଚାରେ ଚାନ୍ଦୋଳ ଫାଣ୍ଡିର ଦାସ ବାବୁ ; ଦାସବାବୁଙ୍କ ନାମରେ ଆସିଲା ଏକ ସାଂଘାତିକ ଅଭିଯୋଗ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦୋଳ ନୂଆପାଟ୍ଟଣା ଗ୍ରାମର ଅଶୋକ କୁମାର ନାୟକଙ୍କ ପତ୍ନୀ ଶ୍ରୀମତୀ ବାସନ୍ତୀ ନାୟକଙ୍କୁ ତାଙ୍କ ଗ୍ରାମର ରମାକାନ୍ତ ନାୟକ, ତ୍ରିଲୋଚନ ନାୟକ, ଶଶିକାନ୍ତ ନାୟକ, କ୍ଷୀରୋଦବାଳା ନାୟକ ଓ ପ୍ରଭାତୀ ସାମଲ ପ୍ରମୁଖ ରାତି ୧୧ଟା ୧୦ ସମୟରେ ଘର ଗ୍ରୀଲକୁ ଖୁବ ଯୋରରେ ବାଡେଇଥିଲେ । ପରିବାର ଲୋକେ ଉଠିପଡି କିଏ ଗ୍ରିଲ୍ ବାଡଉଛି ବୋଲି ଗ୍ରୀଲକୁ ଖୋଲି ଦେବାପରେ ସଂଘବଦ୍ଧ ଭାବେ ସମସ୍ତ ଅଭିଯୁକ୍ତ ମାନେ ଏକା ସାଙ୍ଗେ ଘରଭିତରକୁ ପସିଯାଇଁ ଉପରୋକ୍ତ ଆସାମୀମାନେ ହଠାତ୍ କେହି କିଛି ନବୁଝିବା ବା କହିବା ପୂର୍ବରୁ ଟାଂଗୀଆ, କୁରାଢି ଏବଂ ଖଣ୍ଡାଧରି ଅତର୍କିତ ଭାବେ ଉଭୟ ଅଭିଯୋଗ କାରିଣୀଙ୍କ ସ୍ୱାମୀ ଓ ଝିଅକୁ ମରଣାତ୍ମକ ଆକ୍ରମଣ କରିବା ସହିତ ଅଭିଯୋଗ କାରିଣୀଙ୍କ ବାମ ଗୋଡକୁ ହାଣିଦେବା ସହିତ ଝିଅର ହାତକୁ ମଧ୍ୟ ବାଡେଇ ଭାଂଗୀ ଦେଇଥିଲେ ଏବଂ ଅଶୋକ ନାୟକଙ୍କ ଗୋଡର ଗୋଛିକୁ ମଧ୍ୟ ହାଣି ଦେଇଥିଲେ । ଏନେଇ ଚାନ୍ଦୋଳ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ହେବାପରେ ଚାନ୍ଦୋଳ ଫାଣ୍ଡିର ଇନଚାର୍ଜ ଭାବେ ଦାଇତ୍ଵ ତୁଲାଉଥିବା ଦାସବାବୁ ନାମକ ଜୈନିକ ପୋଲିସ ବାବୁ କୁଆଡେ ଅପରପକ୍ଷ ବା ଆସାମୀ ମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଲାଞ୍ଚନେଇ ସେମାନଙ୍କ ନାମରେ କେସ୍ କରିବା ବଦଳରେ ଓଲଟି ଅଭିଯୁକ୍ତା ଏବଂ ତାଙ୍କ ସ୍ୱାମୀଙ୍କୁ ଫାଣ୍ଡିକୁ ଯିବାରୁ ପୋଲିସ ଦାସବାବୁ ଗାଳିଗୁଲଜ କରି ସେମାନଙ୍କୁ ନ୍ୟାୟ ଦେବେ କଣ ଫାଣ୍ଡିରୁ ତଡି ଦେଇଥିଲେ । ଖୁଲମ ଖୁଲା ଅଭିଯୋଗ କାରୀମାନେ ଚାରିୟାଡେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗରିଫ୍ ନକରି କିମ୍ବା ଥାନାକୁ ନଡକାଇ ବାହାରେ ବୁଲିବାକୁ ପାଇଁ ଛାଡିଦେବା ପୋଲିସର ପାରିବା ପଣିଆଁ ଏବଂ ଏତାଦୃଶ୍ୟା କାର୍ଯ୍ୟାବଳୀ ଉପରେ ନିଶ୍ଚିନ୍ତ ରୂପେ ସଂନ୍ଦେହ ସୃଷ୍ଟିକରିଛି । ଏପଟେ ଅଭିଯୋଗ କାରିଣୀ ଏବଂ ତାଙ୍କ ପରିବାର ଲୋକେ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସଥିବା ଦେଖିବାକୁ ମିଳିଛି । ଚାନ୍ଦୋଳ ଫାଣ୍ଡି ଦାସ ବାବୁଙ୍କର ଏପରି ଅପାରଗତ କର୍ତ୍ତର୍ବ୍ୟ ପରାୟଣତା ପାଇଁ ସାଧାରଣରେ ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ବାଡ ନିଜେ ଫସଲ ଖାଏ ଏବଂ ପୋଲିସ ରକ୍ଷକ ହୋଇ ନିଜେ ଭକ୍ଷକ ସାଜେ ତେବେ ସାଧାରଣ ଜନତା ଗୁହାରୀ କରବେ କାହାକୁ । ଏପରି ଜୈନିକ ଗରିବ ଅସହାୟ ମହିଳା ତାଙ୍କ ସପରିବାର ଧାରଣାରେ ବସିବାକୁ ନେଇ ସର୍ବ ସମ୍ମୁଖରେ ଚର୍ଚା ଯୋରଧରିଥିବା ଦେଖିବାକୁ ମିଳିଛି । ତେବେ ଏଠି ଆଜ୍ଞା ମନକୁ ଗୋଟେ ପ୍ରଶ୍ନ ଆସୁଛି ଯେ-କେବେ ଉକ୍ତ ଗରିବ ଅସହାୟ ମହିଳା ଏବଂ ତାଙ୍କ ଅସହାୟ ପରିବାରକୁ କେବେ ପୋଲିସ ଯୋଗାଇ ଦେବ ନ୍ୟାୟ ଖାଲିଯାହା ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here