ଖୁବ ମହଙ୍ଗା ପଡିଲା ପିକନିକ , ଫସିଗଲେ କୁଆଁରମୁଣ୍ଡା ବ୍ଲକର ବିଡିଓ : ସୁନ୍ଦରଗଡ଼

ମନ୍ଦିରା ଡେମ ବଣଭୋଜି ସ୍ଥଳରେ ହେଉଥିଲା ସମିତି ବୈଠକ ନାମରେ ପିକନିକ । ବ୍ଲକ କାର୍ଯ୍ୟାଳୟରେ ଦୁଇ ଦୁଇଟି ସଭାଗୃହ । ହେଲେ କାର୍ଯ୍ୟାଳୟରେ ବୈଠକ ନ କରି କାର୍ଯ୍ୟ ଦିବସରେ ସମିତି ବୈଠକ ନାମରେ ମନ୍ଦିରା ଡେମରେ ଚାଲିଥିଲା ପିକ ନିକ ନାମକ ମିଛ ବୈଠକ । ମନ୍ଦିରା ଡେମରେ ମହିଳାମାନଙ୍କ ସହ ସଙ୍ଗୀତର ତାଳେ ତାଳେ ଝୁମି ଉଠୁଥିଲେ କୁଆଁରମୁଣ୍ଡା ବ୍ଲକର ବିଡିଓ ସାଙ୍ଗକୁ ଉପାଧ୍ୟକ୍ଷ ମହୋଦୟ ମଧ୍ୟ । କାର୍ଯ୍ୟ ଦିବସରେ ସଂପୂର୍ଣ୍ଣ କାର୍ଯ୍ୟାଳୟରେ ଝୁଲୁ ଥିଲା ତାଲା । ବହୁ ଦୁର ଦୁରାନ୍ତର ଗ୍ରାମରୁ ଗ୍ରାମୀଣ ଅଧିବାସୀ ସରକାରୀ କାର୍ଯ୍ୟରେ ଆସି ଅନେକ ସମୟ ଅପେକ୍ଷା କରି ନିରାଶ ହୋଇ ଫେରି ଯାଇଥିଲେ । ସମିତି ବୈଠକ ମନ୍ଦିରା ଡ୍ୟାମରେ କରିବାକୁ ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳଙ୍କ ଠାରୁ ଲିଖିତ ନିର୍ଦ୍ଦେଶ ପାଇଥିଲେ କି ବିଡିଓ ? ଯଦି ଏପରି ନୁହେଁ ତେବେ କେଉଁ ସାହସରେ ଓ କାହା ନିର୍ଦ୍ଦେଶରେ କୁଆଁରମୁଣ୍ଡା ବ୍ଲକ ବିଡିଓ ମିଥ୍ୟା ସମିତି ବୈଠକ ନାମରେ ମନ୍ଦିରା ଡ୍ୟାମରେ ମନାଉଥିଲେ ବୈଠକ ନାମରେ ପିକନିକ ? ପ୍ରଶାସନିକ ଅଧିକାରୀ ବୋଲି କ’ଣ ତାଙ୍କୁ ଚାରି ଖୁଣ୍ଟ ମାଫ୍ ? ସୁନ୍ଦରଗଡ ଜିଲ୍ଲାପାଳ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ତୁତନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ବିଡିଓ ମହାଶୟ ଯିବା ଆସିବା ସମୟରେ ନିଜକୁ ସ୍ଥାନୀୟ ବାସୀନ୍ଦାର ପରିଚୟ ଦେଇ ଲୋକଙ୍କୁ ଧମକ ଦେବା ଶହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କାର୍ଯ୍ୟ ଦିବସରେ ସମିତି ବୈଠକ ନାମରେ ପିକନିକ ମନାଇବା ତଦନ୍ତ ସାପେକ୍ଷ । ଦେଖିବାକୁ ବାକି ରହିଲା ଜିଲ୍ଲାପାଳ କେଉଁ ଭଳି ପଦକ୍ଷେପ ନେବେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here