ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ : ପୁରୀ

ପୁରୀ- ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମ ଖେଳପଡିଆଠାରେ ପାଳିତ ହୋଇଛି । ମାନ୍ୟବର ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମାନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବାଧୀନତା ଲାଭ ନିମନ୍ତେ ତ୍ୟାଗ ଓ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ମାହାତ୍ମାଗାନ୍ଧୀ, ସୁବାଷ ବୋଷ, ଆମ୍ବେଦକର, ଆବୁଲ କାଲାମ ଆଜାଦ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଚନ୍ଦନ ହଜୁରୀ,ଉତ୍କଳମଣି ଗୋପବନ୍ଧୁ ଓ ପଞ୍ଚସଖାଙ୍କ ସମେତ ଦେଶ ଓ ରାଜ୍ୟର ବରପୁତ୍ର ମାନଙ୍କ ଅବଦାନକୁ ମୁଖ୍ୟ ଅତିଥି ସ୍ମରଣ କରିଛନ୍ତି । ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତ ଏବଂ ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବା ସହ ବିଶ୍ବରେ ପୁରୀ ଆହୁରି ପରିଚିତି ଲାଭ କରିବ ବୋଲି ମୁଖ୍ୟ ଅତିଥି କହିଛନ୍ତି । ଜଗନ୍ନାଥ ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ, ପୁରୀ ବେଳାଭୂମିକୁ ବ୍ଲୁଫ୍ଲାଗ ମାନ୍ୟତା, ଅର୍କକ୍ଷେତ୍ର କୋଣାର୍କର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୁରୀରେ ନୂତନ ମେଡିକାଲ କଲେଜ, ଆଧୁନିକ ମାଛ ମାର୍କେଟ ଓ ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ, ଶ୍ରୀସେତୁ ନିମନ୍ତେ ପଦକ୍ଷେପ ମାନ ପୁରୀ ବିକାଶରେ ସହାୟକ ହେବା । ରାଜ୍ୟରେ କରୋନା ନିୟନ୍ତ୍ରଣ ସହ ସ୍ବାସ୍ଥ୍ୟ, ଗମନାଗମନ, କୃଷି, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା ଆଦି କ୍ଷେତ୍ରରେ ରାଜ୍ୟର ଦୃତ ବିକାଶ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ହାସଲ କରିବା ସହ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟର ଅନୁଷ୍ଠାନ ଗୁଡିକ ଆକୃଷ୍ଟ କରୁଛି । ପରେ ମୁଖ୍ୟଅତିଥି ବିଭିନ୍ନ ବର୍ଗର ୪୫ ଜଣ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ୨୦୧୧ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୨୯ ଜଣଙ୍କୁ ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ମାମପତ୍ର ଓ ପଦକ ପ୍ରଦାନ କରାଯାଇଥିଲା । ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୁରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହାପରେ ଜିଲ୍ଲା ରେଡକ୍ରସ ସମିତି, ଜିଲ୍ଲା ରକ୍ତ ଭଣ୍ତାର, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ମିଳିତ ଭାବେ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ପ୍ରାତଃକାଳରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ କରାଯାଇଥିଲା । ପୌରସଂସ୍ଥା ତରଫରୁ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପିଡି ଡିଆରଡିଏ ଶ୍ରୀ ନିତିରଞ୍ଜନ ସେନ, ପୁରୀ ପୌରସଂସ୍ଥା ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ଦାଶ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here