ରାହାଗିରିରେ ଜାତୀୟ ସଡକ ସୁରକ୍ଷା ସଚେତନତା ବାର୍ତ୍ତା : ପୁରୀ

ପୁରୀ- ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଅବସରରେ ସ୍ଥାନୀୟ ଗାନ୍ଧୀ ପାର୍କରେ ରାହାଗିରି ଅନୁଷ୍ଠିତ ହୋଇଛି । ଏଥିରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା,ସଚେତନ ନାଗିରକ, ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ । ଗୋଟିପୁଅ ନୃତ୍ୟ, ନାଗା ମେଢ, ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ କହିଲେ ଯେ ନିଜେ ସଚେତନ ରହିଲେ ସଡକ ଦୁର୍ଘଟଣା ଜନିତ ଧନ ଜୀବନ ହାନିରୁ ରକ୍ଷା ପାଇ ପାରିବା । ଏଥିପ୍ରତି ଯୁବଗୋଷ୍ଠୀ ସଚେତନ ରହି କାର୍ଯକରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଏହି ସଚେତନତା ମାସ ପାଳନ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ସିଟି ଡିଏସପି ଶ୍ରୀ କ୍ଷୀରସାଗର ନାୟକ, ଟ୍ରାଫିକ ଡିଏସପି ମନବ୍ରତା ଶତପଥି, ସହାୟକ ମୋଟରଯାନ ନିରୀକ୍ଷକ ଶ୍ରୀ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଶ୍ରୀ ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସପେକ୍ଟର ଶ୍ରୀ ସୁଶାନ୍ତ ପାତ୍ର,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here