ଭିଜିଲେନସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ : ସୁନ୍ଦରଗଡ଼

ସରକାରୀ ଚାକିରୀ ସାଙ୍ଗକୁ ମୋଟା ଦରମା ସହ ଉପୁରୀ ତା ସହିତ ପୁନଶ୍ଚ ଆହୁରୀ ଆହୁରୀ ସେ ପୁଣି ଜଣେ ବରିଷ୍ଠ ପଦବୀ ଧାରୀ ଡାକ୍ତର । ତାଙ୍କର ଧର୍ମପତ୍ନୀ ମଧ୍ୟ ଚକିରୀଆ ତଥାପି ଅଭାବ ଗୋଡାଉଛି । ଲୋଭ ମଣିଷକୁ ରସାତଳକୁ ଟାଣି ନିଏ । ସବୁ ଜାଣିଶୁଣି ଯଦି ଜଣେ ଦାୟିତ୍ବ ବାନ ଡାକ୍ତର ତାହାପୁଣି ଜଣେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିଜର ସରକାରୀ ଗୃହ ସଂଲଗ୍ନ ଚେମ୍ବର ଭିତରେ । ଜଣେ ଡାକ୍ତର ଦରମା ସାଙ୍ଗକୁ ଉପୁରୀ ପାଉଥିବା ସତ୍ବେ ମଧ୍ୟ ଭିତିରୀ ? କେତେ ସହିବେ ବିଧାତା ? ଧରାଇ ଦେଲେ ଭିଜିଲେନସ ହାତରେ ? ଏବେ ଚକି ପେସିବେ ମାମୁଁ ଘରେ ? ବିଶ୍ବାସ କରି ହେଉନି ଦୁନିଆ ଏତେ ତଳକୁ ଖସି ଯାଉଛି । ଜନୈକା ମହିଳା ସ୍ବାସ୍ଥ୍ୟ କର୍ମୀ ଯିଏକି ମଙ୍ଗସପୁର ସ୍ଥିତ ସୁରଡା ସବସେଣ୍ଟରରେ କାର୍ଯ୍ୟରତା ଶ୍ରୀମତୀ କଳ୍ପନା ପଟେଲ । ନିଜର କାର୍ଯ୍ୟ ସମୟର ମାତ୍ର ୨ ଦିନର ଛୁଟକୁି ରେଗୁଲାର କରିବା ପାଇଁ ଦରଖାସ୍ତ କରିଥିଲେ ।ହେଲେ ତାଙ୍କ ଦରଖାସ୍ତକୁ ଆଗ୍ରାହ୍ୟ କରବା ସହ ଛୁଟିକୁ ରେଗୁଲାର କରିବା ସକାସେ ବିଚାର କରି ଛୁଟିକୁ ସେକ୍ସନ କରିବା ସକେସେ ୫ ହଜାର ଟଙ୍କା ଦାବୀ କରିଥିବା ବେଳେ ଏବଂ ଏହି ଟଙ୍କାକୁ ଉକ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ସରକାରୀ ଗୃହ ତଥା ଚେମ୍ବରରେ ନେଉଥିବା ବେଳେ ମାଡି ବସିଥିଲେ ଭିଜଲେନସ ଦଳ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହେମଗିରର ଭାରପ୍ରାପ୍ତ ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡାକ୍ତର ଶ୍ରଦ୍ଧାକର ଗଡତିଆ ଯିଏକି ସମ୍ବଲପୁର ଅଞ୍ଚଳର ବାସୀନ୍ଦା ଲୋଭର ବଶବର୍ତ୍ତୀ ହୋଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲେନସ ଜାଲରେ ପଡିଥିଲେ । ଉକ୍ତ ମହିଳା ସ୍ବାସ୍ଥ୍ୟ କର୍ମୀ ନିଜର ମାତୃ ବିୟୋଗ ପାଇଁ ୨ ଦିନ ଛୁଟି ନେଇଥିବା ବେଳେ ସେହି ଛୁଟିକୁ ରେଗୁଲାର କରିବା ପାଇଁ ଡାକ୍ତର ଗଡତିଆ ଟଙ୍କା ଦାବୀ କରିବାରୁ ସେ ରାଉରକେଲା ଭିଜଲେନସ ବିଭାଗର ଏସପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ତ ହୋଇଥିଲେ ନ୍ୟାୟ ପାଇଁ । ଡାକ୍ତରଙ୍କୁ ସୁନ୍ଦରଗଡ ସ୍ଥିତ ଭିଜଲେନସ କୋର୍ଟରେ ହାଜର କରାଇବା ପରେ ଯାହା ନିର୍ଦ୍ଦେଶ ହେବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here