ବିଡିଓଙ୍କୁ ନିଲମ୍ବନ ଦାବିରେ ବ୍ଲକ ଘେରିଲେ ହଜାର ହଜାର ସିପିଆଇଏମ କର୍ମୀ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ନିଲମ୍ବନ ଦାବିରେ ଆଜି ହଜାର ହଜାର ସଂଖ୍ୟାରେ ସିପିଆଇଏମ କର୍ମୀ ବ୍ଲକ ଘେରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ପ୍ରଥମେ କୋଇଡା ସିଆଇଟିୟୁ କାର୍ଯ୍ୟଳୟ ପାର୍ଶ୍ୱରୁ ଏକ ବିଶାଳ ରାଲି ବାହାରି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଆସିଥିଲା । ବ୍ଲକ କାର୍ଯ୍ୟଳୟରେ ପହଁଞ୍ଚି ସିପିଆଇଏମ ପୁରୁଷ ଏବଂ ମହିଳା କର୍ମୀମାନେ ବ୍ଲକ କାର୍ଯ୍ୟଳୟ ଭିତରକୁ ଧସେଇ ପଶିବା ବେଳେ ପୋଲିଶ ଏବଂ ସିପିଆଇଏମ କର୍ମୀଙ୍କ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । କୋଇଡା ବ୍ଲକ ସମ୍ମୁଖରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ନିଲମ୍ବନ ଦାବିରେ ହଜାର ହଜାର ସିପିଆଇଏମ କର୍ମୀଙ୍କ ବିକ୍ଷୋଭ ପଦର୍ଶନ ପରିଲକ୍ଷିତ ହୋଇଥିଲା । ଘଟଣାସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ ପୋଲିଶ ଫୋର୍ସ ମୃତୟନ କରାଯାଇଥିବା ବେଳେ ଘଟଣାସ୍ଥଳରେ ବଣାଇ ଅତିରିକ୍ତ ଏସପି ସେଇୟଦ ମୂଯିବୁର ରହେମାନ ଏବଂ ବଣାଇ ଏସଡିପିଓ ସୌରଭ ଓତା , କୋଇଡା ଥାନାଧିକାରୀ ଲୋକେଶ୍ୱର ସାହୁ ଉପସ୍ଥିତ ରହିଥିଲେ । ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ତ୍ବରେ ହଜ଼ାର ହଜାର ସିପିଆଇଏମ କର୍ମୀ ବ୍ଲକ ଆଗରେ ଧାରଣାରେ ବସି ରହିଛନ୍ତି । ବିରୋଧକାରୀଙ୍କ ଗୋଟିଏ ଦାବି ରହିଥିଲା ଯେ ପର୍ଯନ୍ତ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ଗିରଫ ଏବଂ ନିଲମ୍ବନ ନ ହୋଇଛି ସେପର୍ଯନ୍ତ ଅନଶନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବିଧାୟକଙ୍କ କହିବା ଅନୁସାରେ କୋଇଡା ବିଡିଓ ପିସି କାରବାର ଏବଂ ନିଜର ଠିକାଦାର ବାହାରୁ ଆଣି କୋଇଡା ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ କରାଉଥିବା ଏବଂ ବ୍ଲକ କର୍ମଚାରିଙ୍କୁ ଦୀର୍ଘ ଦିନ ଧରି ଦୁର୍ବ୍ୟବହାର କରୁଥିବା ନିଜେ ବ୍ଲକ ଅଧକ୍ଷା ରୀନା ରାଣୀ କୁମିଡିଆଲ ଅଭିଯୋଗ କରିଛନ୍ତି । ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ବିଡିଓ କାର୍ଯ୍ୟରୁ ନିଲମ୍ବିତ ହୋଇନାହାନ୍ତି ସେ ପର୍ଯନ୍ତ ବ୍ଲକ ସମ୍ମୁଖରେ ଧାରଣା ଅବ୍ୟାହତ ରହିବ ବୋଲି ସିପିଆଇଏମ ସୁନ୍ଦରଗଡ ଜ଼ିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇଏମ୍ ଜିଲ୍ଲା ସଭ୍ୟ ପ୍ରଭାତ କୁମାର ପଣ୍ଡା, ଅଶୋକ ସାମଲ , ବାଦଲ ବାରିକ , ହଳଧର ଦେହୁରୀ , ବାବୁଲି ମୁଣ୍ଡା , ଭୀମସେନ ଦେହୁରୀ ଙ୍କ ସେମେତ ହଜାର ହଜାର ସଂଖାରେ କର୍ମୀ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here