ରାଉରକେଲା ଇଷ୍ପାତ କାରଖାନା ତରଫରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅସମ୍ମାନ

ବଡ ଘର ବଡ ଗୁମର କଥା , ମିତଣୀଲୋ କାନ ଡେରିଥା । ଉକ୍ତି ଟିର ତାତ୍ପର୍ଯ୍ୟ ହେଉଛି ଯେ ଯେଉଁଠି ବଡ ବଡ ଅଧିକାରୀ ଓ ମହା ଅଧିକାରୀଙ୍କ କାର୍ଯ୍ୟକ୍ରମ ଚାଲିଛି ସେଠି ସାମ୍ବାଦିକ ମାନଙ୍କୁ ପଚାରେ କିଏ ? ସେ ପୁଣି ଖୋଦ ରାଉରକେଲା ସହର ସ୍ଥିତ ସେକ୍ଟର–୬ ଟେଲିଫୋନ ଭବନ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ୭୨ ତମ ସାଧାରଣତନ୍ତ୍ର ଦିବସରେ ଇଷ୍ପାତ କାରଖାନା ତରଫରୁ ଆୟୋଜିତ ହୋଇଥିଲା ବଡ ଧରଣର ଓ ଉଚ୍ଚତମ ପତାକା ଉତ୍ତୋଳନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ । ସେଠାକୁ ବିଭିନ୍ନ ଚ୍ୟାନେଲ ଓ ଖବର କାଗଜ ସଂସ୍ଥାର ସାମ୍ବାଦିକ ଭାଇମାନେ ନିଜର ଦାୟୀତ୍ବ ନିର୍ବାହ କରିବାକୁ ଯାଇଥିଲେ । ତେବେ ଉକ୍ତ ଅଞ୍ଚଳଟିକୁ ସଠିକ ଭାବେ ରକ୍ଷଣା ବେକ୍ଷଣ କରିବା ସହ ବିଭିନ୍ନ କିସମର ଫୁଲଗଛ ଇତ୍ୟାଦି ଲଗାଯାଇ ସୌନ୍ଦର୍ଯ୍ୟ ମୟ କରାଯାଇଥିଲା । ତେବେ ଉକ୍ତ ସ୍ଥାନକୁ ଖବର ସଂଗ୍ରହ ଭିଡିଓ ତଥା ଫଟୋ ଉତ୍ତୋଳନ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ଅସମ୍ମାନ କରାଯାଇଥିଲା । ଉକ୍ତ ସ୍ଥାନକୁ ପତାକା ଉତ୍ତୋଳନ କରିବାକୁ ରାଉରକେଲା ଇଷ୍ପାତ କାରଖାନାର ସିଇଓ ଦୀପକ ଚଟ୍ଟରାଜ ମୁଖ୍ୟଅତିଥ ଭାବେ ଆସିଥିବା ବେଳେ , ଭିଡିଓ , ଫଟୋ ଉତ୍ତୋଳନ ସହ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ଭିତରକୁ ପ୍ରବେଶ କରିଵାକୁ ଦିଆଯାଇ ନ ଥିଲା । ଦାୟୀତ୍ବରେ ଥିବା କେତେକ କାଢୁଆ ଅଧିକାରୀ କହିଥିଲେ ଯେ ସାମ୍ବାଦିକ ଦଳ ଭିତରକୁ ପଶିଲେ ବାଗାନକୁ ଦଳି ଚକଟି ବର୍ବାଦ କରିଦେବେ । ଏହି ଘଟଣାକୁ ନେଇ ଇଷ୍ପାତ କାରଖାନାର କେତେକ ଦାୟିତ୍ବବାନ ଅଧିକାରୀଙ୍କ ଏଭଳି କଟୁ ମନ୍ତବ୍ୟର ପ୍ରତିବାଦ କରି ଖବର ସଂଗ୍ରହ ତଥା ଭିଡିଓ ଏବଂ ଫଟୋ ଉତ୍ତୋଳନ କରିବୁ ନାହିଁ ବୋଲି ଫେରି ଆସିଥିଲେ ସାମ୍ବାଦିକ ମାନେ । ଏହି ସମୟରେ ଉକ୍ତ ସ୍ଥାନରେ ଘୋର ଉତ୍ତେଜନା ଦେଖା ଦେଇଥିଲା । ଏହି ଘଟଣା ପରେ ଇଷ୍ପାତ କାରଖାନାର କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକ ଭାଇମାନେ ଖବର ସଂଗ୍ରହ କରିବାକୁ ଯିବେ ନାହିଁ ବୋଲି ଘଟଣାସ୍ଥଳରେ ହିଁ ଘୋଷଣା କରିଥିବା ଜଣାପଡିଛି । ଏହା ପରେ ସାମ୍ବାଦିକଙ୍କ ବିନା ଇଷ୍ପାତ କାରଖାନା ତାର କାର୍ଯ୍ୟକ୍ରମ କରିବ । ତେବେ କଥା ହେଉଛି ଖବର ସଂଗ୍ରହ କରିବାକୁ ଯାଇଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମ ସ୍ଥାନକୁ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ଅଧିକାରୀ ମାନଙ୍କ ଉପରେ ରାଉରକେଲା ଇଷ୍ପାତ କାରଖାନାର ସିଇଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା । ପ୍ରକୃତ ସାମ୍ବାଦିକ ଏତେବଡ ଅସମ୍ମାନ ପରେ ଆଉ ରାଉରକେଲା ଇଷ୍ପାତ କାରଖାନାର କୌଣସି କାର୍ଯ୍ୟକ୍ରମରେ ଖବର ସଂଗ୍ରହ କରିବାକୁ ଯିବେ ନାହିଁ । ଏହି ଘଟଣାକୁ ସୁନ୍ଦରଗଡ ଜିଲ୍ଲାର ବୁଦ୍ଧିଜିବୀ ମହଲ ଘୋର ନୀନ୍ଦା କରିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here