ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ଜନ ମଞ୍ଚଙ୍କୁ ସଚେତନ କଲା ପୋଲିଶ : ସୁନ୍ଦରଗଡ଼

ପ୍ରତ୍ୟକ ବର୍ଷ ଏକ ସପ୍ତାହ ଧରି ସଡକ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ପ୍ରତି ବିଶେଷ ଦୃଷ୍ଟି ଦେଇ ଏହାର ଅବଧି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରେ ଜିଲ୍ଲା ପୋଲିଶ ଓ ସ୍ଥାନୀୟ ପୋଲିଶର ମିଳିତ ଆନୁକୁଲ୍ୟରେ ସଡକ ସୁରକ୍ଷା ସକାସେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି ପୌରାଞ୍ଚଳ ବାସୀଙ୍କୁ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାଗ ନେବା ପାଇଁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ପରିବହନ ଅଧିକାରୀ, ପୋଲିଶ ବିଭାଗୀୟ ଅଧିକାରୀ ଓ ସହକର୍ମୀ l ଆଶା କରାଯାଏ ଏହି କାର୍ଯ୍ୟକ୍ରମ ପରେ ଜନସାଧାରଣ ସୁନିଶ୍ଚିତ ଭାବେ ସଡକ ସୁରକ୍ଷା ନିୟମକୁ ମାନି ଜାତୀୟ ଓ ରାଜ୍ୟ ରାଜପଥରେ ଉଚିତ ଭାବେ ଯିବାଆସିବା କରିବେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here