ରାଜଗାଙ୍ଗପୁରର କମଲ ନବଦୀପ କୌର ପିନ୍ଧିଲେ ମିସେସ ଇଣ୍ଡିଆର ତାଜ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ମହିଳା ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ରାଜଗାଙ୍ଗପୁର ସ୍ଥିତ କାଂଶବାହାଲର ବିଲେଇ ଗଡ଼ ବାସିନ୍ଦା ୱେଲ ଟେକ ଇଞ୍ଜିନୀୟରିଙ୍ଗ କମ୍ପାନୀର ମାଲିକ ମଲକିତ ସିଂହଙ୍କ ବୋହୁ କମଲ ନବଦୀପ କୌର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଦମନ ଠାରେ ଗତ ୨୩ ତାରିଖ ରେ ଅନୁଷ୍ଠିତ ହୋଇଥିବା ମିସେସ ଇଣ୍ଡିଆ ପ୍ରତିଯୋଗିତା ରେ ୬୧ ଜଣ ପ୍ରତିଯୋଗିତାଙ୍କ ମଧ୍ୟରୁ ନବଦୀପ ଫାଇନାଲରେ ୨୦ ଜଣ ପ୍ରତିଯୋଗୀ ରୁ ଟପ(୫)ରୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ପୁରସ୍କାର ସହ ନିଜ ବାସଭବନ ବିଲେଇଗଡ଼କୁ ଫେରିଥିଲେ।ବିଲେଇଗଡ଼ର ଏହି ବୋହୁଙ୍କୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାପାଇଁ ସ୍ଥାନୀୟ ରାଜଗାଙ୍ଗପୁର ବିଧାୟକ ଡଃ ସି ଏସ ରା଼ଜ଼ନ ଏକ୍କା ଏବଂ ବିଧାୟକଙ୍କ ପ୍ରତିନିଧି ଅରୁଣ ସାମଲ, ଇକଵାଲ ମାଲିକ , ଲାଇଙ୍ଗ ଭିଲେଇଗଡ଼ ମହତାବ ରୋଡରେ କଂସବାହାଲ ବାସିନ୍ଦାଙ୍କର ବୋହୁ ସଂଖ୍ୟକ ଭିଡ଼ ଜମି ଯାଇଥିଲା। ତାଙ୍କର ଏହି ଗୌରବ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା।ମହତାବ ରୋଡସ୍ଥିତ ମା ଜଗଦ୍ଧାତ୍ରୀଙ୍କୁ ପୂଜା ଅର୍ଚନା କରି ମାଙ୍କ ଆଶିର୍ବାଦ ନେଇ ତାଙ୍କୁ ବାଜା , ବାଣ ରୋଷଣୀରେ ପାଛୋଟି ନିଆଯାଇଥିଲା।ପ୍ରତିଯୋଗିତାରେ ଜିତିବାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି।ତାଙ୍କର ଏହି ଗୌରବରେ ତାଙ୍କ ଶାଶୁ ଶଶୁର ମଲକିତ ସିଂହ ଏବଂ ତାଙ୍କ ସ୍ୱାମୀ ମୁଖ୍ୟ ସହଯୋଗ ଦେଇଥିଲେ ବୋଲି ନଵଦୀପ କୌର କହିଥିଲେ ସ୍ଥାନୀୟ ଅଞ୍ଚଳ ସାରା ଖୁସିର ଲହରୀ ଖେଳି ଯାଇଛି ।

ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here