ଶୋଇବା ଘରୁ ଯୁବତୀଙ୍କ ମୃତ ଶରୀର ଉଦ୍ଧାର : ସୁନ୍ଦରଗଡ଼

ଚାଲିଗଲା ଆଉ ଏକ ଅଭାଗା କନ୍ୟାଙ୍କ ଅମୂଲ୍ୟ ଜୀବନ । କ’ଣ ଏମିତି ପରିସ୍ଥିତି ଉପୁଜିଲା ଯେ ଶେଷରେ ମୃତ୍ୟୁକୁ ଆଦରି ନେଲେ ବାଳିକା ଜଣକ । ତେବେ କାହିଁକି ଓ କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଲେ ତାହା ପ୍ରକୃତରେ ତଦନ୍ତ ସାପେକ୍ଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସହର ସ୍ଥିତ ସାରନଗରୀ ଅଞ୍ଚଳରେ । ସ୍ଥାନୀୟ ଲକ୍ଷ୍ମୀ ମାର୍କେଟ ନିକଟରେ ଥିବା ଏକ ଘରୁ ଯୁବତୀଙ୍କ ମୃତ ଶରୀରକୁ ଉଦ୍ଧାର କରିଛି ଟାଙ୍ଗରପାଲି ପୋଲିଶ । ଅନ୍ୟ ପଟରେ ଆଜି ସକାଳୁ ସକାଳୁ ପରିବାର ଲୋକେ ଘରେ ରହିଥିବା ଅବସ୍ଥାରେ ଯୁବତୀ ଜଣକ ନିଜକୁ ଏକ କୋଠରୀରେ ବନ୍ଦ କରି ଫ୍ୟାନରେ ନିଜର ଚୂନି ଲଗାଇ ବେକରେ ଫାସି ଦେଇ ଆତ୍ମହତ୍ଯା କରିଛି ବୋଲି ପରିବାର ଲୋକେ କହିଥିଲେ । ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଉଛନ୍ତି ଆଶା ରେଡି । ତେବେ ଯୁବତୀ ଜଣକ କାହିଁକି ଏଭଳି ନିଜକୁ ଆତ୍ମହତ୍ୟା କଲେ ତାହା ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିଶ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ‌।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here