ସାରଦା ଏକାଡେମୀ ଛକନାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : କେନ୍ଦ୍ରାପଡା

ଗତକାଲି ସମଗ୍ର ଦେଶରେ ୭୨ତମ ସାଧାରଣତନ୍ତ୍ର ବା ଜନରାଜ୍ୟ ଦିବସକୁ କରୋନା ମହାମାରୀ ବା କରୋନାର ପ୍ରକୋପ୍ ପାଇଁ ସମସ୍ତ କୋଭିଡ୍ – 19ର ରହିଥିବା ଗାଇଡ୍ ଲାଇନ୍ ବା ନୀୟମବଳୀ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ମ୍ୟାକ୍ସ୍, ସାନିଟାଇଜର ବ୍ୟବହାର ପୂର୍ବକ ପାଳନ କରା ଯାଉଥିବା ବେଳେ ସାରଦା ଏକାଡେମୀ ଛକନାଠାରେ ମଧ୍ୟ ଜନରାଜ୍ୟ ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ସ୍ୱାଇଁ ପ୍ରଥମେ ସକାଳ ୭ଘଟିକା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଗ୍ରହଣରେ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ସମିଳିତ ଦେଶାତ୍ମବୋଧକ ସଂଗୀତ ବିଧି ମୁତାବକ ପରିବେଷଣ ବା ଗାନ କରାଯିବା ପରେ ଦେଶମାତୃକା ପାଇଁ ଦେଶର ସୀମା ରେଖାରେ ଯୁଦ୍ଧକରି ପ୍ରାଣବଳୀ ଦେଇଥିବା ଅମର ଶହୀଦ ଜୱାନ ମାନଙ୍କ ସ୍ମୃତି ଚାରଣ ପୂର୍ବକ ଶହିଦ ଜୱାନଙ୍କ ଫଟୋ ଚିତ୍ରରେ ସମୁହ ଶ୍ରଦ୍ଧାଞ୍ଜଳି ସ୍ୱରୂପ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦେଶ ଓ ଜାତି ଉଦ୍ଧେଶ୍ୟରେ ନିଜ ନିଜର ବକ୍ତବ୍ୟ ବା ଆଭି ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here