୭୨ତମ ସାଧାରଣତନ୍ତ୍ର ଦିବସ ପରିପେକ୍ଷୀରେ ମନକରପୁର ରେସୁଆ ପରିସରରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ମନକରପୁର ସ୍ଥିତ ରେସୁଆ ଓ ସ୍ୱାଧର ଗୃହ ପରିସରରେ ପରିଚାଳନା ନିର୍ଦ୍ଦେଶିକା ତଥା ସଭାପତି ସ୍ୱାହାନା ୱାର୍ସୀଙ୍କ ଅଧ୍ୟକ୍ଷତାରେ ଏବଂ ଗୃହର ପରିଚାଳିକା ମିନତୀ ମହାରଣ ଓ ରେଣୁଜା ରାଉତରାୟଙ୍କ ନେତୃତ୍ୱରେ ପ୍ରଥମେ ରେସୁଆ ପରିସରରେ ଜାତୀୟ ପତକା ଉତ୍ତୋଳନ କରା ଯାଇଥିଲା । ପରେ ପରେ ପପୁଲାର ନର୍ସିଂଗ୍ ହୋମ୍ ମାଲିକ ସେକ୍ ଫକୀର ଉଦ୍ଧିନ୍ ଅହମଦ(ଟିକନ), ସେକ୍ ମଞୁର ହୁସେନ୍(ବାବୁଲା), ଏସାଲୁଲ୍ କାଦୀର ଏବଂ ସେକ୍ ସାହିଦ୍ ହୁସେନ ପ୍ରମୁଖଙ୍କ ଦ୍ୱାରା ଆୟୋଜିତ ଏକ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଓଡିଆ ଚଳଚିତ୍ର ପ୍ରଡ୍ୟୁସର ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ଯୋଗଦେଇ ରେସୁଆରେ ରହୁଥିବା ସମସ୍ତ ଅନ୍ତେବାସିନୀ ମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତା ବିଶ୍ୱାଳ, ବବି ନାୟକ, ମମତା ସାମଲ, ଅଞ୍ଚଳ ସାହୁ, ସୈଳେନ ବାରିକ୍, ହରି ଶଂଙ୍କର ବେହେରା, ଶୁଭଲକ୍ଷ୍ମୀ ଜେନା, ଯଶୋବନ୍ତି ପ୍ରଧାନ, ସୁଶ୍ରୀ ସଂଗୀତା ସାହୁ, ତପୋସୀନ ସାମଲ, ଅପର୍ଣ୍ଣା ଜେନା ଏବଂ ସହରର ବହୁ ଜ୍ଞାନୀ, ଗୁଣି, ବୁଦ୍ଧିଜୀବୀ ଏବଂ କିଛି ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସମେତ ପପୁଲାର ନର୍ସିଂ ହୋମର ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here