କେନ୍ଦ୍ରାପଡା ମେଡିକାଲ ଛକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସାଧାରଣତନ୍ତ୍ର ଦିବସ ପାଳନ

ଆଜି କେନ୍ଦ୍ରାପଡା ମେଡିକାଲ୍ ରୋଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ହୀରଣ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ପରେ ପତାକା ଉତ୍ତୋଳନ କର୍ଯ୍ୟକ୍ରମ ସମ୍ପାଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡା ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡାଙ୍କ ସମେତ ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରାଜେଶ ଦାସ,ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳ, ବ୍ଲକ୍ ସଭାପତି ଆଲୋକ ସାହୁ, ବରିଷ୍ଠ ବିଜେଡି ନେତା ଦେବଦାସ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ, ନଗର ସଭାପତି ଜଜାତୀ କେଶରୀ ମହାନ୍ତି, ଯୁବନେତା ତଥା ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ,ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ରୋସ୍ନାରାଣୀ ସାହୁ, ଜିଲ୍ଲା ଛାତ୍ର ସଭାପତି ପ୍ରଦୀପ୍ ସାହୁ, ପୂର୍ବତନ କାଉନ୍ସିଲର କାଳିପ୍ରସାଦ ମିଶ୍ର, ସେକ୍ ଗୋପୀ, ସେକ୍ ଚନ୍ଦନ, ସେକ୍ ମତେ ଓ ମହିଳା ମୋର୍ଚ୍ଚା ନେତ୍ରୀ ସବୀତା ସାହୁ, ବାବୁନା ମିଶ୍ର, ଧୀରେନ୍ଦ୍ର ଦାସ, ରମଣ ସାହୁ, ଅନୀତା ମହାନ୍ତି, ସ୍ୱାଧୀନ ନାୟକ, ବିଜୟ କୁମାର ମଣ୍ଡଳ, ମାନସ ରଞନ ଦାସ, ବଳଭଦ୍ର ପଣ୍ଡା, ରେବତୀ ରମଣ ଦାସ, ଦୁଷ୍ମନ୍ତ ମଲ୍ଲିକ, ଲେଲୀନ ସ୍ୱାଇଁ, ସାହେବ ସାହିଲ୍ ରାଉତ ପ୍ରମୁଖ ଯୋଗଦେଇ ଦେଶ ମାତୃକା ସଂଗୀତ ଗାନ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଦେଶପାଇଁ ଜୀବନ ବଳିଦେଇଥିବା ଶହୀଦ ମାନଙ୍କ ଶ୍ମରଣ ଉଦେଶ୍ୟରେ ଶହୀଦ ଅମର ଜୱାନ ମାନଙ୍କ ଫଟୋ ଚିତ୍ରରେ ପ୍ରତି ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ ଏବଂ ଶହୀଦ ଜୱାନ ଅମର ରହେ ସ୍ଲୋଗାନ ଦେଇ ସାଧାରଣତନ୍ତ୍ର ଦିବସକୁ ବହୁ ଉତ୍ସୁକତାର ସହିତ ପାଳନ କରିଥିବା ଦେଖା ଯାଇଥିଲା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here