ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ :

କୋଭିଡ- ୧୯ ର କଡା କଟକଣା ମଧ୍ୟରେ ସୁନ୍ଦରଗଡ ରିଜର୍ଭ ପୋଲିଶ ପଡିଆରେ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି  । ଜିଲ୍ଲାସ୍ତରୀୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ( ସ୍ୱାଧୀନ ) ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଓଡିଆ ଭାଷା , ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ , ଓଡିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକାକୁ ଉତ୍ତୋଳନ କରିବାସହ ପୋଲିସ ବାହିନୀ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ  । ଏହି ଅବସରରେ ସାଧାରଣ ତନ୍ତ୍ର ଦିବସର ମହତ୍ୱ ସଂପର୍କରେ ସମବେତ ଜନତାଙ୍କୁ ଉଦ ବୋଧନ ଦେବା ସହ କୋଭିଡ୍ – ୧୯ ଯୋଦ୍ଧା  ଓ ପୋଲିଶ ବାହିନୀରେ ରହି ନିଷ୍ଠାର ସହିତ ଦାୟିତ୍ୱ ତୋଳାଇଥିବା ବ୍ୟକ୍ତିତ୍ୱଙ୍କୁ ପୁରଷ୍କାର  ସହ ସମ୍ବର୍ଦ୍ଧିତ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here