ଡାବୁଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

ଡାବୁଗାଁ, ୨୬/୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ, ତହସିଲ  କାର୍ଯ୍ୟ|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟ|ଳୟ, ସାମ୍ବାଦିକ ସଂଘ କାର୍ଯ୍ୟ|ଳୟ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ|ଳୟ ଓ ବିଦ୍ୟାଳୟ ଗୁଡିକରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ବାନ୍ଧି ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି |  ବ୍ଲକ କାର୍ଯ୍ୟ|ଳୟରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତହସିଲକାର୍ଯ୍ୟ|ଳୟରେ ତହସିଲଦାର ସନ୍ଧ୍ୟା ସମରଥ ଜାତୀୟ ପତାକା ଉତ୍ତୋଳନ କରିଥିବା  ବେଳେ  ବ୍ଲକ ସାମ୍ବାଦିକ ସଂଘ ଠାରେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି  ଜାତୀୟ ପତାକା ଉତ୍ତୋଳନ କରିହତିଳେ |  ଏହି କାର୍ଯ୍ୟକ୍ରମରେ ବିଡିଓ ରଞ୍ଜିତାମେରୀ ନାୟକ, ଅତିରିକ୍ତ ତହସିଲଦାର ଉମେଶ କୁମାର ପୂଜାରୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ସାମ୍ବାଦିକ ସଂଘ ସଭାପତି ପ୍ରଜ୍ଞାରଞ୍ଜନ ପରିଡା, ସମସ୍ତ ଅଧିକାରୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ | ଏହା ପରେ ଜୟନ୍ତୀନଗର ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |   

                                                                                                       

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here