ବ୍ଲକ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ

ଡାବୁଗାଁ, ୨୫/୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଏକାଦଶ ଜାତୀୟ ଭୋଟର ଦିବସ-୨୦୨୧ ସୋମବାର ପାଳିତ ହୋଇଯାଇଛି |  ଏବିଡିଓ ପଦ୍ମନାଭ ତ୍ରିପାଠୀଙ୍କ ଅନୁଷ୍ଠିତ ସଭାରେ ସମସ୍ତ ଅଧିକାରୀ ଓ ଯୁବକ ମାନେ ଶପଥ ପାଠ କରିଥିଲେ | ଏଥିରେ ଡାବୁଗାଁ ବ୍ଲକ ର ଶିକ୍ଷୟତ୍ରୀ ବନଲତା ମହାନ୍ତି, ଗିରିଶବାଳା ଜେନା ଓ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ଭାବେ ମନୋନୀତ ହୋଇ ଜିଲପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ | ଏହି ୩ ଜଣ ବୁଥ ସ୍ତରୀୟ ଅଧିକାରୀଙ୍କୁ ବ୍ଲକରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରଯାଇଥିଲା | ଏହି ସଭାରେ  ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ସଦାଶିବ ସାହୁ ଓ ଯୁବକ ମାନେ ଉପସ୍ଥିତ ଥିଲେ | ଏହା ସହ ବ୍ଲକ ଅଧୀନ ୫୪ ଗୋଟି ବୁଥରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି |  

ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here