ଜଳ ସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

ଡାବୁଗାଁ, ୨୫/୧  ଓଡ଼ିଶା ସରକାର ଙ୍କ ମାନ୍ୟବର ଜଳ ସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ  ରଘୁନନ୍ଦନ ଦାସ ଙ୍କ ଅଧ୍ୟକ୍ଷତାରେ  ନବରଙ୍ଗପୁର ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଆବଶ୍ୟକ ଜଳସେଚନ ର ସୁବିଧା ପାଇଁ ଏକ ସମୀକ୍ଷା ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର  ଅଶୋକ ମେହେଟ୍ଟା ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜଳ ସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ ବୃହତ ଉଠା ଜଳସେଚନ ଗୌରୀ ଶଙ୍କର କର, ଉପଜିଲ୍ଲାପାଳ ଭାସ୍କର ରୋଇତ, ଭୁଅର୍ଜନ ଅଧିକାରୀ ମୌସୁମୀ ନାୟକ, କାର୍ଯ୍ୟ ନିର୍ବାହୀ ଯାନ୍ତ୍ରିକ ନିର୍ଦ୍ଦେଶକ ବିକ୍ରମ କେଶରୀ ସ୍ୱାଇଁ ଙ୍କ ବ୍ୟତୀତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ ଏବଂ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ରେ  ଥିବା ଜଳସେଚନ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ନବରଙ୍ଗପୁର ଜିଲ୍ଲାକୁ ସବୁଜ ସୁନ୍ଦର ଭାବେ ଗଡି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ପାଇଁ  ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ମୁଖ୍ୟ ଯନ୍ତ୍ରୀ ଶ୍ରୀ ରଥ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲାର ସମସ୍ତ ବିଧାୟକ ନିଜ ଅଞ୍ଚଳରେ ଥିବା ଆବଶ୍ୟକ ଜଳସେଚନ ର ସୁବିଧା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ । ବିଧାୟକ ମାନଙ୍କ ପ୍ରସ୍ତାବ କୁ ଆଖି ଆଗରେ ରଖି ଆଗାମୀ ଦିନ ରେ ଜଳସେଚନ ର ସୁବିଧା ଯୋଗାଇଦେବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ ।                                                                                                                                                                                                  ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here