ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୨ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଆଜିର ଦିନରେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ପ୍ରଚେଷ୍ଟା ଅତୂଳନୀୟ । ବିଗତ ଦିନ ମାନଙ୍କରେ ରାଜ୍ୟର ପ୍ରଗତୀ ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ ଆଗାମୀ ଦିନରେ ବହୁ କିଛି କାର୍ଯ୍ୟ ହେବାକୁ ଯାଉଛି। ଦେଶର ସ୍ଵାଧୀନତା ସଂଗ୍ରାମରେ ଏହି ଜିଲ୍ଲାର ଯଥେଷ୍ଟ ଅବଦାନ ରହିଛି । ଆଜିର ଦିନରେ ସେହି ମହାନ ବ୍ୟକ୍ତିବିଶେଷଙ୍କୁ ମନେ ପକେଇ ତାଙ୍କରି ଆଦର୍ଶକୁ ଅନୁସରଣ କରିବା କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା।କୋଭିଡ କଟକଣା ପାଇଁ କେତେକ ପୋଲିସ ଅଧିକାରୀ ମାନଙ୍କୁ ନେଇ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା ବେଳେ କମ ସଂଖ୍ୟକ ଅଧିକାରୀ, ବୁଦ୍ଧିଜୀବୀ,ଓ ପୋଲିସ ଅଧିକାରୀ ମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇଥିଲା।ଏହି ଦିବସରେଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଚିନ୍ମୟୀ ବିଶ୍ଵାଳ,ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତି, ସିଡିଏମଓ ଡ଼. ବିଜୟା ପଣ୍ଡା ପ୍ରମୁଖ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।ଏହି ସମସ୍ତ କାର୍ଯ୍ୟ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନ ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସହାୟକ ଦିବାକର ପାତ୍ର,ଶାନ୍ତନୁ ସାହୂ ପ୍ରମୁଖ କର୍ମଚାରୀ ମାନେ ପରିଚାଳନା କରିଥିଲେ।

ଜଗତସିଂହପୁର ଜିଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here