ଜିଲ୍ଲା ସ୍ତରୀୟ ୧୧ ତମ ଜାତୀୟ ଭୋଟର ଦିବସ 2021ପାଳିତ।

ଜଗତସିଂହପୁର ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲା ସ୍ତରୀୟ ୧୧ ତମ ଜାତୀୟ ମତଦାତା ଦିବସ-2021 ପାଳିତ ହୋଇଯାଇଛି।ଏହି ଦିବସରେ ଅଧ୍ୟକ୍ଷତା କରି ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର କହିଲେ କ୍ଷେତ୍ର ସ୍ତରରେ କାମ କରୁଥିବା ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଉଦ୍ୟମଯୋଗୁଁ ଭୋଟର ତାଲିକା ସଂଶୋଧନ ସଫଳ ହୋଇପାରିଛି।ଗୋଷ୍ଠୀ ଗତ ଓ ଦଳଗତ ଉଦ୍ୟମରେ ସବୁ କାମ ସଫଳ ହୁଏ।ଗଣତନ୍ତ୍ର ହେଉଛି ଭାରତର ଆତ୍ମା।ସମ୍ବିଧାନ ମତଦାନ ପାଇଁ ଯେଉଁ ଅଧିକାର ଦେଇଛି ତାହା କେମିତି ସୁରକ୍ଷିତ ରହିବ ସେଥିପାଇଁ ପ୍ରତେକ ନାଗରିକଙ୍କ ଦାୟିତ୍ୱ ରହିଛି।ଏହି ଅବସରରେ ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ଏହି ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ, ଉପଜିଲ୍ଲାପାଳ ତଥା ସହକାରୀ ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ଜିଲ୍ଲା ପାଳ ନିର୍ବାଚନ ଅକ୍ଷୟ କୁମାର ବଡୁ, ସହକାରୀ ଜିଲାପାଳ ଦିନେସ କୁମାର ମିଶ୍ର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇଥିଲେ।ଏହି ଅବସରରେ ଏହି କାର୍ଯ୍ୟ ପାଈଁ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ନୂତନ ଭୋଟର, ଅଙ୍ଗନବାଡି କର୍ମୀ,ବୁଥ ସ୍ତରୀୟ ଅଧିକାରୀ ପ୍ରମୂଖ ଅଂଶଗ୍ରହଣ କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here