ଆରଆଇ ଙ୍କୁ ଆକ୍ରମଣ ପ୍ରତିବାଦରେ ଧାରଣା।

ବାଲିକୁଦା ତହସିଲ ଅଧୀନରେ କାର୍ଯ୍ୟରତ ଅରଆଇ ସୁଶାନ୍ତ ସ୍ବାଇଁଙ୍କୁ  ଗତ ୧୯ ତାରିଖରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ତହସିଲଦାର ଙ୍କ ଉପସ୍ଥିତିରେ ବରମୁଣ୍ଡଳୀ ପଞ୍ଚାୟତ କେରୁଆପଡା ର ସୁବାସ ନାୟକ ନାମକ ବ୍ୟକ୍ତି ଆରଆଇ ଶ୍ରୀ ସ୍ବାଇଁଙ୍କୁ ମାଡମରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ।୨୦ ତାରିଖ ଦିନ ବାଲିକୁଦା ଥାନାରେ ଅଭିଯୋଗ କରାଯାଇଥିଲା।ଅଭିଯୁକ୍ତକୁ  ଆଜି ପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ତାର ପ୍ରତି ବଦରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ,ଓଡିଶା ରାଜସ୍ୱ ଅମଲା ସଂଘ,ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ରା କର୍ମକର୍ତା ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଛନ୍ତି ।ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ଆଗରେ ଏଭଳି ଘଟଣା ଘଟିଥିବାରୁ କର୍ମଚାରୀ ମାନେ ନିଜର ସୁରକ୍ଷା କୁ ନେଇ ଚିନ୍ତାରେ ପଡିଛନ୍ତି।ଯଦି କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ମାନେ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସେଭଳି ଭାବରେ କାର୍ଯ୍ୟକରିବାକୁ ସୁରକ୍ଷିତ ମଣୁ ନାହାନ୍ତି କର୍ମଚାରୀ ମାନେ ।ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି।ଜିଲା ପ୍ରଶାସନ ଯଦି କୌଣସି ପଦକ୍ଷପ ଗ୍ରହଣ ନ କରେ ତାହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ।ଅନ୍ୟପଟେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଜିଲାପାଳ କି ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

ସଭାପତି,ଓଡିଶା ରାଜସ୍ୱ ଅମଲା ସଂଘ,ଜଗତସିଂହପୁର ସାଖା
ଗୋବିନ୍ଦ ବିନ୍ଧାଣି( ସଭାପତି,କ୍ଷେତ୍ର ଅଧିକାରୀ ସଙ୍ଘ,ଜଗତସିଂହପୁର ଶାଖା)
ସୁରେଶ ଚନ୍ଦ୍ର ପରିଜା, ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here