ରାଉରକେଲା ଇସ୍ପାତ କାରଖାନା ପାଳିଲା ୭୨ ତମ ସାଧାରଣତନ୍ତ୍ର ଦିବସ :

ପୁଣି ଏକ ନୂଆ କୀର୍ତ୍ତିମାନ ଲକ୍ଷ୍ୟରେ ଇସ୍ପାତ ନଗରୀ ରାଉରକେଲା। ରାଉରକେଲାରେ ଆଗାମୀ ଗଣତନ୍ତ୍ର ଦିବସ ରେ ଉଡିବ ରାଜ୍ୟର ସବୁଠାରୁ ଉଚା ଜାତୀୟ ପତାକା। ୭୦ ମିଟର ଉଚ ଖମ୍ବରେ ଉଡିବ ଏହି  ପତାକା। ଆଲୋକୀକରଣ ଓ ସୌନ୍ଦର୍ଜିକରଣ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଦେଖନ୍ତୁ ଏହି ରିପୋର୍ଟ।

ରାଉରକେଲା ଟେଲିଫୋନ ଭବନ ପଡ଼ିଆରେ ବଡ଼ ଜୋରରେ ନିର୍ମାଣ ଚାଲିଛି ରାଜ୍ୟର ସର୍ବୋଚ୍ଚ ଜାତୀୟ ପତାକା ଉଡିବା ପାଇଁ ସ୍ଥାନ। ୧୦ ମିଟର ଉଚ୍ଚତା ବିଶିଷ୍ଟ ୭ଟି ଖମ୍ବ କୁ ମିସାଇ ୭୦ ମିଟର ଉଚ୍ଚା ଖମ୍ବ ର ପ୍ରସ୍ତୁତି ଶେଷ ହୋଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆସନ୍ତା ଗଣତନ୍ତ୍ର ଦିବସ ଦିନ ଏହିଠାରେ ୪୮ଫୁଟ ଚଉଡା ଓ ୭୨ଫୁଟ ଲମ୍ବ ବିଶିଷ୍ଟ ଜାତୀୟ ପତାକା ଉଡାଇବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ରାଉରକେଲା ରେ ୧୬ କିଲୋମିଟର ଲମ୍ବର ତ୍ରିରଙ୍ଗା ସମଗ୍ର ଭାରତରେ କୀର୍ତ୍ତିମାନ ଅର୍ଜନ କରିଥିବା ବେଳେ , ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ନିର୍ମିତ ହେଉଥିବା ରାଜ୍ୟର ସର୍ବୋଚ୍ଚ ଜାତୀୟ ପତାକା ରାଉରକେଲା ବାସୀଙ୍କ ପାଇଁ ପାଲଟିଛି ଗର୍ବର ବିଷୟ ।

କେବଳ ୭୦ ମିଟର ଅର୍ଥାତ ପାଖାପାଖି ୨୩୦ ଫୁଟ ଉଚ୍ଚ ଖମ୍ବ ରେ ଜାତୀୟ ପତାକା ଉଡାଇବା ବ୍ୟତୀତ ଉକ୍ତ ଅଞ୍ଚଳରେ ଆଲୋକୀକରଣ ଓ ସୌନ୍ଦର୍ଜିକରଣ  ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ। ଅଞ୍ଚଳକୁ ଏକ ସୁନ୍ଦର ପାର୍କ ରୂପେ ଗଢିବାକୁ କାର୍ଯ୍ୟ ଚାଲୁଥିବା ବେଳେ ଏହା ମଧ୍ୟରେ ପୋଖରୀ, ଫୁଡ଼କୋର୍ଟ ଆଦିର ବ୍ୟବସ୍ଥା ରହିବ। ଜାତୀୟ ପତାକାର ସମ୍ମାନ କୁ ବଜାୟ ରଖିବାକୁ ୨୪ଘଣ୍ଟିଆ ଆଲୋକୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରତି ମଧ୍ୟ ବେଶ ଗୁରୁତ୍ୱ ଦିଆଯାଇଛି। ତେବେ ଆଗାମୀ ୨୦୨୩ ରେ ରାଉରକେଲାରେ ହକୀ ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିବାବେଳେ ରାଜ୍ୟର ଏହି ସର୍ବୋଚ୍ଚ ଜାତୀୟ ପତାକା , ଦେଶ ବିଦେଶରୁ ଆସିଥିବା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି।

କଟକ ହାଇକୋର୍ଟ ପରିସରରେ ରାଜ୍ୟର ସର୍ବୋଚ୍ଚ ୨୧୫ ଫୁଟ, ଅନୁଗୁଳ ରେ ୨୦୭ ଫୁଟ, ସୁନ୍ଦରଗଡ ଜିଲ୍ଲାର ବଣାଇ ଠାରେ ୧୦୦ ଫୁଟ ଓ ରାଉରକେଲା ହନୁମାନ ବାଟୀକା ଛକରେ ୯୮.୫ ଫୁଟ ଉଚ୍ଚ ପତାକା ରହିଥିବା ବେଳେ ଟେଲିଫୋନ ଭବନ ପଡ଼ିଆରେ ନିର୍ମିତ ହେଉଥିବା ୨୩୦ ଫୁଟ ଉଚ୍ଚ ଖମ୍ବ ଏବେ ରାଜ୍ୟର ସର୍ବୋଚ୍ଚ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here