କଲରଫୁଲ୍ କୋବି ଚାଷୀଙ୍କୁ ମିଳିଲା ସରକାରୀ ପ୍ରୋତ୍ସାହନ । ବଣାଇଁ ଉଦ୍ୟାନ ବିଭାଗ ବଢ଼ାଇଲେ ସହଯୋଗର ହାତ :

ଏବେ କିଛି ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳ ରଙ୍ଗିନ୍ କୋବି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ତାହାର ଶ୍ରେୟ ଯାଉଚି ବଣାଇଁ ଉପଖଣ୍ଡ ତଳିତା ଗ୍ରାମର ଉତ୍ତମ ସାହୁ ଓ ତାଙ୍କ ବାପା ହରେକୃଷ୍ଣ ସାହୁଙ୍କୁ । ଉତ୍ତମ ନିଜେ ଜଣେ ଗ୍ରାମ୍ୟ କୃଷି କର୍ମୀ ଭାବେ କାମ କରୁଥିବା ବେଳେ ବାପା ଜଣେ କୃଷକ। କିଛି ନୂଆ କରିବାର ପ୍ରୟାସ କରି ୟୁଟୁବରୁ ଦେଖି ପ୍ରଥମେ କିଛି ବ୍ରୋକୋଲି ଚାଷ କରିଥିଲେ। ତେବେ ତାହା ସଫଳ ହୋଇଥିଲା ଓ ବଜାରରେ ବିକ୍ରି ମଧ୍ଯ କରୁଥିଲେ। କିନ୍ତୁ ସବୁବେଳେ କିଛି ନୂତନ ପ୍ରୟାସ ଜାରି ରଖିଥିବା ଉତ୍ତମ ୟୁଟୁବରୁ ରଙ୍ଗିନ୍ କୋବି ବିଷୟରେ ଦେଖି ତାକୁ ଚାଷ କରିବାକୁ ମନ ବଳାଇଥିଲେ। କଟକରୁ ମଞ୍ଜି ମଗାଇ ଜୈବିକ ପଦ୍ଧତିରେ ଚାଷ କରିଥିଲେ ଓ ସଫଳ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଏହି କୋବିର ଚାହିଦା ମଧ୍ୟ ବଜାରରେ ବହୁତ୍ ଭଲ ରହିଛି। ଚାରିଆଡୁ ଲୋକୋ ଦେଖିବାକୁ ଆସୁଥିବା ବେଳେ ଢେର୍ ସାରା ପ୍ରସଂଶାର ସୁଅ ମଧ୍ୟ ଛୁଟୁଛି।

ଆଜି ବଣାଇଁ ହର୍ଟିକଲଚର୍ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ଘାସିରାମ ମାରାଣ୍ଡି, ବଣାଇଁ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଶ୍ରୀ ବିପିନ୍ ବିହାରୀ ପାତ୍ର, ଗୁରୁଣ୍ଡିଆ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଶ୍ରୀ ଦିବ୍ୟଶଙ୍କର ପ୍ରଧାନ ପ୍ରମୁଖ ପରିଭ୍ରମଣରେ ଆସିଥିଲେ। ଜାତୀୟ ଉଦ୍ୟାନ ମିଶନର ହାଇବ୍ରିଡ ପରିବା ସ୍କିମରେ ଅନ୍ତର୍ଭୁକ୍ତ କରାଇ ସରକାରୀ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here