ରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନ :

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଓ  ଶ୍ରୀରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ରର ଉନ୍ନତି ପାଇଁ ସୁନ୍ଦରଗଡରେ ଆରମ୍ଭ ହୋଇଛି ନିଧି ସଂଗ୍ରହ ଅଭିଯାନ । ସୁନ୍ଦରଗଡ ଶ୍ରୀରାମଜୀ ମନ୍ଦିରରୁ ଏ ନେଇ ଆରମ୍ଭ ହୋଇଛି ନିଧି ସଂଗ୍ରହ ଅଭିଯାନ । ନିଧି ସଂଗ୍ରହ ଅଭିଯାନରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା , ଶ୍ରୀରାମ ପ୍ରେମୀ , ସାଧାରଣ ନାଗରିକ ଓ ସୁନ୍ଦରଗଡ ବିଧାୟିକା ସାମିଲ ହୋଇଛନ୍ତି । ସୁନ୍ଦରଗଡ ଶ୍ରୀରାମଜୀ ମନ୍ଦିରରୁ ଏହି ଅଭିଯାନ ବାହାରି ସୁନ୍ଦରଗଡ ଡେଲିମାର୍କେଟ ପଞ୍ଚମୁଖି ଛକରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ନିଧି ସଂଗ୍ରହ କରାଯାଇଥିଲା । ନିଧି ସଂଗ୍ରହ ଅଭିଯାନର କେଇ ମୁହୂର୍ତ୍ତରେ ତିନି ଲକ୍ଷ ଟଙ୍କା ସଂଗ୍ରହ ହୋଇଥିଲା । ତେବେ ଏହି ଅଭିଯାନ ଆଜି ବାହାରିଥିଲା ବେଳେ ଏହା ଗାଁଗାଁ ବୁଲି ନିଧି ସଂଗ୍ରହ କରିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here