‘ ଯତରା ‘ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ :

ବହୁପ୍ରତିକ୍ଷିତ ସୁନ୍ଦରଗଡ ସାଂସ୍କୃତିକ ମହୋତ୍ସବ ‘ଯତରା’-୨୦୨୧ ପାଇଁ ଗ୍ରୀନ ସିଗନାଲ ଦେଲେ ଜିଲ୍ଲାପାଳ । ଦିନକ ପାଇଁ ହେବ ଏହି ମହୋତ୍ସବ । ଏହାକୁ ନେଇ କଳା ପ୍ରେମୀଙ୍କ ମନରେ ଉଲ୍ଲାସ ଖେଳିଛି । କୋଭିଡ -୧୯ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଉତ୍ସବକୁ ଆକଟ କରୁଥିଲା ବେଳେ କଳା ପ୍ରେମୀଙ୍କ ଅନୁନୟ ନିବେଦନ ଯୋଗୁଁ ୫ ଦିନ ବଦଳରେ ଗୋଟିଏ ଦିନରେ ‘ଯତରା’ କରିବାକୁ ନିଷ୍ପତ୍ତି ନେଇଛି । ଆଜି ଜିଲ୍ଲା ପ୍ରଶାସନ କଳାପ୍ରେମୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶେଷ କରିଛି । ତେବେ ଆସନ୍ତା ୩୧ ତାରିଖରେ ଏହି ‘ଯତରା‘ କୋଭିଡ କଟକଣା ମଧ୍ୟରେ କରାଯିବାକୁ ଜିଲ୍ଲା ପ୍ରାଶସନ ନିଷ୍ପତ୍ତି ନେଇ ଥିବା କଥା ଉପଜିଲ୍ଲାପାଳ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସୁନ୍ଦରଗଡର ଏହା ହେଉଛି ଏକ ମାତ୍ର ପର୍ବ ଯାହାକୁ ଗତ ଦଶନ୍ଧି ଧରି ସୁନ୍ଦରଗଡ ବାସୀ ପାଳନ କରି ଆସୁଥିଲେ । ହେଲେ ଏ ବର୍ଷ ଏହି ପର୍ବ କୋଭିଡ ଯୋଗୁଁ ବନ୍ଦ ହେବାକୁ ଯାଉଥିଲା । ‘ଯତରା’ର ବନ୍ଦ ନେଇ କଳାପ୍ରେମୀଙ୍କ ମନରେ ଉଦାସ ଭାବନା ଦେଖା ଦେଇଥିଲା । ‘ଯତରା’ , ୫ ଦିନ ବଦଳରେ ଦିନେ ହେଲେ କରିବାକୁ ଏମାନେ ଜିଲ୍ଲାପାଳଙ୍କୁ ଅନୁନୟ କରିଥିଲେ । ଆଜି ତାଙ୍କର ଅନୁରୋଧ ସାକାର ହେଇଥିବାରୁ କଳା ପ୍ରେମୀଙ୍କ ମନରେ ଆନନ୍ଦ ଭରିଛି । ତେବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୋଭିଡ ନିୟମରେ କରାଯିବା ସହ କେବଳ ଜିଲ୍ଲା ଭିତର କଳାକାରଙ୍କୁ ଏହି ସୁଯୋଗ ମିଳିବ ବୋଲି ଯତରା କମିଟି କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here