ସଫେଇ ଅଭିଯାନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ- ପୁରୀ ସହରକୁ ସର୍ବେତ୍ତମ ସଫେଇ ଧାମ ଭାବେ ଉଭା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ସଫେଇ ଅଭିଯାନରେ ସାଧାରଣ ବ୍ୟକ୍ତି ଏବଂ ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗ ରହିଲେ ପୁରୀ ସ୍ବଚ୍ଛ ସହର ଭାବେ ପରିଣତ ହୋଇପାରିବ ବୋଲି ଜିଲ୍ଲପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି ।  ନୀଳାଦ୍ରୀ ବେଳାଭୂମିରେ ବିଭିନ୍ନ ସାହିର ନେତୃସ୍ତରୀୟ ବ୍ୟକ୍ତି ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ସଫେଇକୁ ନେଇ ବିଭିନ୍ନ ଲେନରେ କମିଟି ମାନ ଗଠନ କରାଯାଇଛି । ଏହିଭଳି ପ୍ରାୟ ୭୦୦ କମିଟି ଗଠନ କରାଯାଇଛି । ସଂପୃକ୍ତ ଲେନରେ କମିଟି ପ୍ରତିନିଧିମାନେ ଅଳିଆର ପୃଥକ୍ କରଣ ଉପରେ ନଜର ରଖିବେ । ସେମାନେ ସେହି ସାହିରେ ପ୍ରେରକ ଓ ପ୍ରହରୀ ଭାବେ କାମକରିବେ । ସଫେଇକୁ ନେଇ ସାହି ମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ଯ ମୂଳକ ପ୍ରତିଯୋଗିତା ହେବ । ପ୍ରତି ରବିବାର ଦିନ ବାସିନ୍ଦା ମାନେ ସଫେଇ ଅଭିଯାନରେ ସାମିଲ ହେବେ ।  ଆସନ୍ତା  ୨୦ ତାରିଖ ମଧ୍ୟରେ ବିଭିନ୍ନ ସାହିର ସଫେଇକୁ ନେଇ ମୂଲ୍ୟାୟନ କରାଯିବ ଏବଂ ଶ୍ରେଷ୍ଠ ସାହି ମାନଙ୍କୁ ତୁଳନାତ୍ମକ ଭାବେ ଉନ୍ନୟନ କାର୍ଯ୍ୟରେ ସହାୟତା ପ୍ରଦାନ କରାଯିବ । ଖାଲି ଥିବା ସ୍ଥାନରେ ପାର୍କ ଏବଂ ଅନ୍ୟାନ୍ୟ ସୁବିଧା କେନ୍ଦ୍ର ନିର୍ମାଣ କରାଯିବ । ସଫେଇକୁ ନେଇ କୌଣସି ସମସ୍ୟା ଥିଲେ ପୌରସଂସ୍ଥା ପକ୍ଷରୁ ଜାରି ନମ୍ବର ମାଧ୍ୟମରେ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି । ଏହି ନମ୍ବରଟି ହେଲା ୯୫୫୬୪୪୮୫୫୮ ।  ପବିତ୍ର ପୁରୀ ଗର୍ବ ଆମରି ଗୀତର ଗୀତିକାର ଶ୍ରୀ ବିଭୂଦତ୍ତ ସୁବୁଦ୍ଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ପ୍ରତିଯୋଗୀ ମାନଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ତେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here