ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ– ପେଣ୍ଠକଟାସ୍ଥିତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ସମୀକ୍ଷା କରିଛନ୍ତି ।ପ୍ରାୟ ୧୩ ଏକର ପରିମିତ ଉକ୍ତ ଅଞ୍ଚଳରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡା ସାମଗ୍ରୀ ଉପଲବ୍ଧ ହେବା ସହ ଜିଲ୍ଲାରେ ପ୍ରତିଭାବାନ କ୍ରିଡାବିତ ମାନେ ସୃଷ୍ଟି ହେବେ ।   ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ୭ ମାସ ସୁଦ୍ଧା ଶେଷ କରିବାକୁ ସେ ନିର୍ମାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ପରିସର ବୁଲି ଦେଖିବା ସହ ଆନୁଷଙ୍ଗିକ ଭିତ୍ତିଭୂମି  ବିକାଶ କରାଯିବ ବୋଲି କହିଥିଲେ । ଏହାଦ୍ବାରା ଜିଲ୍ଲାରେ କ୍ରିଡା ପ୍ରତିଭା ବିକାଶ ହୋଇପାରିବ ।  ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା କ୍ରିଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରଶ ଚନ୍ଦ୍ର ରାୟ,ପୂର୍ତ୍ତବିଭାଗ ସହାୟକ ନିର୍ବାହୀ ଯନ୍ତ୍ରୀ  ଶ୍ରୀ ଘନଶ୍ୟାମ ପଣ୍ତା, ୱାପକ୍ସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here