ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ ବର୍ଷ ଭେଟ ଘାଟ

ଡାବୁଗାଁ, ୨୪/୧ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧୋଡ୍ରା ପଞ୍ଚାୟତ ଅଧୀନ ବିଡ୍ରି ମନ୍ଦିର ନିକଟରେ ନବରଙ୍ଗପୁର ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ ବର୍ଷ ଭେଟା ଘାଟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲା ସଂଘ ସଭାପତି ଏ॰ଡି॰ ପ୍ରସାଦ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ବିହାରୀଲାଲ ବାରିକ ଓ ରାଜ୍ୟ ସଂଘ କୋଷାଧ୍ୟକ୍ଷ ମନୋରଞ୍ଜନ ପାତ୍ର, ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲାର କମଳାକାନ୍ତ ରାଉତ, ସୁରେନ୍ଦ୍ର କୁମାର ପାତ୍ର ଓ ଭି॰ ମୁରଲୀକ୍ରୀଷ୍ଣା, ମାଲକାନଗିରି ଜିଲା ସଂଘର ଅଶୋକ ମହାରଣା,  ଅଶୋକ କୁମାର ମହାନ୍ତି ଓ ବିଷ୍ଣୁ ଚରଣ ତ୍ରିପାଠୀ, ବଲାଙ୍ଗୀର ଜିଲା ର କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ସଂଗ୍ରାମ ପଟ୍ଟନାୟକ, ପୁନୀତରାମ ଗଣ୍ଡ, କୈଳାସ ପାଣିଗ୍ରାହୀ, ଉତ୍କଳ ଭତ୍ରା, ସୁରେଶ ପାତ୍ର, କେ॰ ହୃଷୀକେଶ, ପ୍ରଦୀପ ପଟ୍ଟନାୟକ, ଗଣେଶ୍ଵର ପଣ୍ଡା, ରମେଶ ହରିଜନ, ଜହର ଗଣ୍ଡ, ଛନ୍ଦା ଚରଣ ବିଶୋୟୀ ଓ ଦୂର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ | ନବରଙ୍ଗପୁର ଜିଲା ୧୦ ଟି ବ୍ଲକ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିବା ବେଳେ ଗତ ୧ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ୫ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମକୁ ଜିଲା ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକ ପରିଚାଳନା କରିଥିଲେ |                                                                              

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here