ମହା ଯଜ୍ଞର ପୂର୍ଣ୍ଣ ଆହୁତି ଦିବସରେ ଯୋଗଦେଲେ ପୁରୀରୁ ଆସିଥିବା ନାଗାସାଧୁ ।

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କପିଳେଶ୍ଵର ଗ୍ରାମ ପଞ୍ଚାୟତର ହଳଦୀଢିହ ଓ ଗରୁଆଳ ଗ୍ରାମରେ ଦୀର୍ଘ 9ଦିନ ଧରି ଚାଲିଥିବା ବିଶ୍ୱ ଶାନ୍ତି ମହା ଯଜ୍ଞର ଆଜି ପୁର୍ଣ୍ଣ ଆହ୍ୟୁତି ଦିବସରେ ଗତକାଲିଠାରୁ ପ୍ରାୟ ୮ରୁ ଅଧିକ ନାଗା ସାଧୁ,ସନ୍ଥ ମାନେ ଆସି ଯଜ୍ଞ କାର୍ଯ୍ୟରେ ଯୋଗଦାନ କରିବା ସହିତ ଘରେ ଘରେ ଗାଁ, ଗାଁ, ସାହି ସାହି ବୁଲି ବୁଲି ଭକ୍ତ ବା ଲୋକମାନଙ୍କ ଘରକୁ ଯାଇ ଆଶ୍ରୀବାଦ୍ ପ୍ରଦାନ କରିଥିଲେ । ଏହି ବିଶ୍ୱଶାନ୍ତି ମହା ଯଜ୍ଞର ସମସ୍ତ କାର୍ଯ୍ୟକ୍ରମ “ମା”ମଂଗଳାଙ୍କ ମନ୍ଦିରର ମହନ୍ତ ଶ୍ରୀଯୁକ୍ତ ଭାସ୍କର ସ୍ୱାଇଁଙ୍କ ତତ୍ୱାବଧାନରେ ମନ୍ଦିର ର ଦୁଇ ପୂଜକ ବିଭୁତୀ ଭୂଷଣ ଆଚାର୍ଯ୍ୟ ଓ ରବିନ୍ଦ୍ର ମହାପାତ୍ରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମହାନ୍ତି, ସମାଜସେବୀ ମାନସ କୁମାର ସାହୁ ଓ ମାନସୀ ସ୍ୱାଇଁ, କବି ଓ ସମାଜସେବୀ ଶ୍ରୀଧର ମହାନ୍ତି,ମନୋଜ ସାହୁ,ରଞନ ସାହୁ, ବୀଜୟ ପଣ୍ଡା, ରସାନନ୍ଦ ମୁଦୁଲି, ବସନ୍ତ ମହାନ୍ତି, ରମେଶ ଚନ୍ଦ୍ର ଥାଟୋଇ, ଲକ୍ଷ୍ମୀପ୍ରିୟା ମୁଦୁଲି, ବାସନ୍ତି ମହାନ୍ତି, ରଶ୍ମିରେଖା ବେହେରା, ରଞିତା ବିଶ୍ୱାଳ, ଦୀପ୍ତିରେଖା ସାହୁ, ଶାନ୍ତିଲତା ସ୍ୱାଇଁ ପ୍ରମୁଖ ବହୁ କର୍ମକର୍ତ୍ତା ମାନଙ୍କ ଉଯୋଗ କ୍ରମେ ଆରମ୍ଭରୁ ପୂର୍ଣ୍ଣ ଆହୁତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୋନା ମହାମାରୀ ଓ କୋଭିଡ୍ -19ର ନୀୟମକୁ ପାଳନ ପୂର୍ବକ ଶାନ୍ତିପୂର୍ଣ୍ଣ ଭାବେ ଯଜ୍ଞ କାର୍ଯ୍ୟ ସମାପନ୍ନ ହୋଇଥିଲା । ଏହି ବିଶ୍ୱଶାନ୍ତ ମହାଯଜ୍ଞର ପୂର୍ଣ୍ଣ ଆହୁତି ଦିବସରେ ପ୍ରାୟ ୧୦ ହଜାରରୁ ଅଧିକ ଭକ୍ତ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା । ବିଭିନ୍ନ ଦୋକାନ ବଜାର ସାଂଗକୁ ଲୋକମାନଙ୍କର ଗହଳି ଚହଳି ଦିନତମାମ୍ ଲାଗିରହିଥିଲା । ଭଜନ କୀର୍ତ୍ତନ ସାଂଗକୁ ଶଂଖ ହୁଳହୁଳି ଓ ହୋମ ପୂଜାପାଠର ନାଦରେ ଯଜ୍ଞସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା । ଭକ୍ତମାନେ ମହା ଆନନ୍ଦରେ ଠାକୁରଙ୍କୁ ଦର୍ଶନ କରିବା ପରେ ଯଜ୍ଞସ୍ଥଳୀ ବୁଲି ଦେଖିଥିଲେ ଏବଂ ଶେଷରେ ପ୍ରସାଦ ସେବନ କରିବା ପରେ ହନୁମାନ ଜୀଉଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ଦେଖା ଯାଇଥିଲା । ତେବେ ଚାଲନ୍ତୁ ନା ସିଧାସଳଖ ଯିବା ଏବଂ ଶୁଣିବା ସେହି ସ୍ଥାନରେ ଉପସ୍ଥିତ ଥିବା ନାଗା ସାଧୁଙ୍କ ସମେତ ଯଜ୍ଞ ଦେଖିବାକୁ ଆସିଥିବା ଭକ୍ତ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here