କେନ୍ଦ୍ରାପଡ଼ାରେ ଜାତୀୟ ବାଳିକା ଦିବସ-୨୦୨୧ ପାଳିତ ।

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗଙ୍କ ନିଦ୍ଦେର୍ଶ କ୍ରମେ ତା- ୨୪-୦୧-୨୦୨୧ ରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକର ସଭାଗୃହ ଠାରେ ଏକ ଜିଲ୍ଲା ସ୍ତରୀୟ “ଜାତୀୟ ବାଳିକା ଦିବସ -୨୦୨୧କୁ” ଜିଲ୍ଲା ସମାଜ ମଙ୍ଗଳ ଓ ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଘଟିକା ସମୟରେ କେନ୍ଦ୍ରାପଡ଼ାର ମାନନୀୟ  ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ (IAS) ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦ୍ ଘାଟିନ କରିଥିଲେ । ଉକ୍ତ କାଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାଶ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଅତିଥି ମାନଙ୍କ ପରିଚୟ ଏବଂ ଆଜିର ଦିବସର ତାପ୍ତର୍ଯ୍ୟ ବିଷୟରେ କହିଥିଲେ । ଅଦ୍ୟତମ ଅତିଥି ଜିଲ୍ଲା ଶିଶୁ ବିକାଶ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବତୀ ପ୍ରସାଦ ଦାସ ଯୋଗଦେଇଥିବା ବେଳେ ଶିଶୁ ମଂଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାଞଳୀ ମହାପାତ୍ର ବାଳିକାମାନଙ୍କ ପାଇଁ ଥିବା ମାଗଣା ନ୍ୟାୟିକ ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିବା ପ୍ରସଂଗ କ୍ରମେ କହିଥିଲେ ଯେ- କମ୍ ବୟସରେ ଝିଅମାନଙ୍କୁ ଯେଉଁ ମାନେ ଭୂଲ୍ ବାଟରେ ନେଉଛନ୍ତି ବା ଯେଉଁ ଝିଅ ମାନେ ଭୂଲ୍ ବାଟରେ ଯାଇ ଲାଞ୍ଛନାର ଶିକାର ହେଉଛନ୍ତି ଓ କମ୍ ବୟସରେ ମାତୃତ୍ଵ ଲାଭକରି ସମାଜର ମୁଖ୍ୟ ସ୍ରୋତରୁ ନିଜକୁ ଦୂରେଇ ରହି ନିଜର ଜୀବନକୁ ଅଭିଶାପ ଗ୍ରସ୍ତକରି ଦେଉଛନ୍ତି । ସେଥିପାଇଁ ସମସ୍ତଙ୍କର ସଚେତନତା ଓ କମ୍ ବୟସରେ ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବାକୁ ବିଶେଷ କରି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତିର ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେନାପତି ମହିଳା ମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗ ଯୋଜନା ଉପରେ ମୂଖ୍ୟତଃ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୩ଜଣ କିଶୋର ବାଳିକା ତଥା କିରଣ ଦାସ କେନ୍ଦ୍ରାପଡ଼ା ଓ ଲିପ୍ସା ନାୟକ ଡେରାବିଶ ଏବଂ ରଞ୍ଜନା ନାୟକ କୋରୁଆ କିଶୋରୀ ବୟସରେ କ’ଣ କରିବା ଉଚିତ୍ ଓ ଅନୁଚିତ୍ ସେ ବିଷୟରେ ପ୍ର।ଞ୍ଜଳ ଭାବରେ ବୁଝାଇଥିଲେ । ପ୍ରତି ବ୍ଲକର ଜଣେ ଜଣେ ଅଙ୍ଗୱାଡ଼ି କର୍ମୀ ଓ ଜିଲ୍ଲାରେ ଥିବା ୨ଟି ଶିଶୁ ଯତ୍ନ ଅନୁଷ୍ଠାନର ୨ଜଣ କୃତି ବାଳିକା ମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଋତୁରାଜ ତାଙ୍କ ଅଭିଭାଷଣରେ ସମାଜରେ ଥିବା ଭିନ୍ନ ଓ ଭିନ୍ନତା ପ୍ରତି ସତର୍କ ରହି କାର୍ଯ୍ୟକଲେ ପ୍ରତ୍ୟେକ ବାଳିକା ବା ମହିଳା ନିଜକୁ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ସ୍ୱାଭଲମ୍ବି ହୋଇପାରିବେ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରତ୍ୟେକ ପରିବାର ଏହି ବାଳିକା ମାନଙ୍କୁ ତାଙ୍କ କିଶୋରୀ ଅବସ୍ଥା ଆରମ୍ଭ ସମୟରେ ତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ଦେଲେ ସେମାନେ ଜୀବନରେ କୌଣସି ସ୍ଥାନରେ ହାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ମହିଳା ସମିତି କୋରୁଆର କୁନି ଝିଅ ଅଲିଭା ” ଆମ କେନ୍ଦ୍ରାପଡ଼ା ” ସଙ୍ଗୀତ ଓ ନୃତ୍ୟରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ସେହିପରି ଅନ୍ୟ ୨ ଜଣ ବାଳିକା ସ୍ବାଗତ ସଙ୍ଗୀତ ମଧ୍ୟ ଗାନ କରିବା ସହ ଅନ୍ୟ ୫ଜଣ ବାଳିକା ”  Save the girl child” ଏକ ନୃତ୍ୟ ଅଭିନୟ କରି ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସବୁ ବ୍ଲକର CDPO, Supervisor, WSHG members, Anganwadi କର୍ମୀ , ୨ଟି ସଭାରେ ଥିବା ଗୃହର ପରିଚାଳିତ । ,1 stop centre କର୍ମକର୍ତ୍ତା , ନୂତନ ଭାବେ ଆରମ୍ଭ ହୋଇଥିବା Child lineର କର୍ମ କର୍ତ୍ତା , ଉଭୟ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଉକ୍ତ ଦିବସ ପାଳନକୁ ସହଯୋଗ କରିଥିଲେ । ଶେଷରେ CDPO KENDRAPARA ସମସଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମଟି ସ୍ୱୋଜନୀୟ ସମାଜ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ , କେନ୍ଦ୍ରାପଡ଼ା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here