ଆମ ଓଡିଶା ଓ ସମିର ମୋଟରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶବିର ଅନୁଷ୍ଠିତ ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ସାନମଂଗଳା ସ୍ଥିତ ସମିର ମୋଟର ପରିସରରେ ଆମ ଓଡିଶା ଏବଂ ସମିର ମୋଟରର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଦିବସ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସୁବ୍ରତ କୁମାର ସାମଲ ଓ ସମିର କୁମାର ଚାନ୍ଦ୍ ପରିଚାଳନା କରିଥିବା ବେଳେ । ଏହି ଶିବିରକୁ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଫିତାକାଟି ଶୁଭ ଉଦଘାଟନ କରିବା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବା ପରେ ଉପସ୍ଥିତ ଥିବା କିଛି ଭିନ୍ନକ୍ଷମ ମାନେ ମଧ୍ୟ ସ୍ୱଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରୁ ପ୍ରାୟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳଙ୍କ ଦ୍ବାରା କିଛି ଶାରିରୀକ ଭିନ୍ନକ୍ଷମ କଳାକାର ମାନଙ୍କୁ ମଧ୍ୟ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ଶିବିରରୁ ପ୍ରାୟ ୧ଶହ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମିର ମୋଟର ଏବଂ ଆମ ଓଡିଶା ଟିମର ସମସ୍ତ କର୍ମଚାରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ସହିତ ମିଶି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here