ନିଖୋଜ ର 50 ବର୍ଷପରେ ଗାଁ କୁ ଫେରିଲା ଚରଣ,ଫୁଲହାର ଗ୍ରାମରେ ଖୁସିର ଲହରୀ ।

ଜଗତସିଂହପୁର ବ୍ଲକ ଅଧିନସ୍ଥ ଆଲିପିଙ୍ଗଳ ପଂଚାୟତ ର ସ୍ବର୍ଗତ ରମେଶ ଚନ୍ଦ୍ର ପଳାଉର ଙ୍କ ବଡ଼ପୁଅ ଚରଣ ପଳାଉର ନିଖୋଜ ର ପଚାଶ ବର୍ଷ ପରେ ଆଜି ଫୁଲହାର ଗାଁ କୁ ଫେରିଛନ୍ତି।ଚରଣ ଗାଁକୁ ଫେରିବା ପରେ ଗାଁ ରେ ତଥା ପରିବାରରେ ଖୁସିର ଲହରୀ ଖେଳିଯାଇଛି।ସୂଚନା ଅନୁସାରେ ଚରଣ ଙ୍କୁ ଯେତେବେଳେ 14ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ବାପା ଗାଳିଦେବାରୁ ସେ ଘରଛାଡି ପଳେଇ ଯାଇଥିଲେ।ତେବେ ଚରଣ ଙ୍କୁ ଖୋଜି ଖୋଜି ପିତା ସ୍ବର୍ଗତ ରମେଶ ଚନ୍ଦ୍ର ପଳାଉର ଓ ମାତା ସ୍ବର୍ଗତ ଅମରି ପଳାଉର ପରପାରିକୁ ଚାଲିଗଲେଣି। ପିତା ମାତା ପରପାରିକୁ ଗଲା ପରେ ସାନଭାଇ ଵିଜୟ ପଳାଉର ମଧ୍ୟ ବଡଭାଇ ଚରଣକୁ ଖୋଜିବା ଅବ୍ୟାହତ ଜାରି ରଖିଥିଲେ।ତେବେ ଫୁଲହାର ଗ୍ରାମର ଜଣେ ଡ୍ରାଇଭର କମଳାକାନ୍ତ ପଳାଉର ଟାଙ୍ଗି ଗାଡ଼ି ନେଇ ଯାଇଥିବା ବେଳେ ଏକ ଚାହା ଦୋକାନରେ ଚାହା ପିଉଥିବା ସମୟରେ ଚରଣ ଙ୍କ ସମ୍ପର୍କରେ ସୂଚନା ପାଇଥିଲେ।କମଳାକାନ୍ତ ଗାଁ ରେ କହିବା ପରେ ଫୁଲହାର ଗ୍ରାମର ପ୍ରବୀର କୁମାର ସ୍ବାଇଁ, ସୂର୍ଯ୍ୟନାରାୟଣ ପଳାଉର,ଅରୁଣ ଦ୍ବୟ ପଳାଉର,ତପନକୁମାର ସ୍ବାଇଁ,ବିରଜା କୁମାର ପଳାଉର,ବୀରକିଶୋର ବଡୁ,ସୁନାକର ବଡୁ,ସୁଧାଂଶୁ ଭୋଇ ଓ ଚରଣ ଙ୍କ ସାନ ଭାଇ ବିଜୟ ପଳାଉର କଟକ ଜିଲ୍ଲା ଟାଙ୍ଗି ଅଂଚଳର ବିରିଲୋ ଗ୍ରାମର ଶରତ ଦାସଙ୍କ ଘରେ ପହଂଚି ଚରଣ ଙ୍କୁ ଚିହ୍ନି ଥିଲେ।ଚରଣ ମଧ୍ୟ ତାଙ୍କ ସାନଭାଇ ବିଜୟକୁ ଚିହ୍ନି ଥିଲେ।ତେବେ ବିରିଲୋ ଗ୍ରାମବାସୀ ଓ ଫୁଲହାର ଗ୍ରାମର ଯୁବକ ମାନଙ୍କ ସହାୟତାରେ ଚରଣ ଙ୍କୁ ଫୁଲହାର ଆଣିଥିଲେ।ଦୀର୍ଘ ପଚାଶ ବର୍ଷ ନିଖୋଜ ପରେ ଚରଣ ଗ୍ରାମକୁ ପହଂଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ପରେ ପରିବାର ଲୋକ ପାଛୋଟି ନେଇଥିଲେ।ଗ୍ରାମର ଚରଣ ଙ୍କ ସାଙ୍ଗସାଥୀ ଓ ପରିବାର ଲୋକ ଚରଣ ଙ୍କୁ ନିକଟରେ ପାଇଁ ଭାବବିହ୍ୱଳ ହୋଇଯାଇଥିଲେ।ତେବେ ଚରଣ ଙ୍କୁ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here