କନ୍ୟା କିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜଗତସିଂହପୁର ପୋୖରାଞ୍ଚଳର ମାର୍କଣ୍ଡ ପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଜଗତସିଂହପୁର ବିଧାୟକ ପ୍ରସାନ୍ତକୁମାର ମୁଦୁଲି,ମୁଖ୍ୟଅତିଥି ଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର,ସମ୍ମାନିତ ଅତିଥିଭାବେ ରଘୁନାଥପୁର ବ୍ଳକ ଅଧଖ୍ୟା ସ୍ୱପ୍ନସରିତା ବଳ, ସମାଜସେବୀ ମାଳା ପ୍ରଧାନ, ପୂର୍ବତନ କାଉନସିଲର ହେମନ୍ତ କୁମାରୀ ଦାସ, ଆଇନଜୀବୀ ଦୋଳଗୋବିନ୍ଦ ଦାଶ, କିଟ ଓ କିସ ର କ୍ରୀଡାନିର୍ଦ୍ଧେଶକ ଗଗନେନ୍ଦୁ ଦାସ ଯୋଗଦେଇ କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚୁତ୍ୟ ସାମନ୍ତ ଙ୍କୁ ପ୍ରଶଂସା କରିଥିଲେ।ତାଙ୍କର ଏହି କନ୍ୟା କିରଣ କାର୍ଯ୍ୟକ୍ରମର ଚିନ୍ତାଧାରା କୁ ସ୍ୱାଗତ କରିଥିଲେ।ତାଙ୍କର କନ୍ୟାକିରଣ, ମାଙ୍କ ପ୍ରତି ସମ୍ମଙ୍କୁ ପ୍ରଶଂସା କରିଥିଲେ।ବରିଷ୍ଠ ସାମ୍ବାଦିକ ତଥା କନ୍ୟାକିରଣ ଜିଲ୍ଲା ସଂଯୋଜକ ବିଜୟ କୁମାର ସ୍ବାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଆଶିଷ ଚକ୍ରବର୍ତ୍ତୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଭାଷ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। କିଟ ଓ କିସର କ୍ରୀଡା ନିର୍ଦ୍ଧେଶକ କନ୍ୟାକିରଣ ଅଭିଯାନର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦଭାବେ ଆଲୋକପାତ କରିଥିଲେ।ଏହି ଅବସରରେ ଜିଲାର ଦୁଇ ଝିଅ ଖୋକ ଖେଳାଳୀ ସସ୍ମିତା ନାଥଶର୍ମା ଓ ମ୍ୟାଟ୍ରିକ ଟପର ଆଇସା ଶେଖ ଙ୍କୁ ମାନପାତ୍ର ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପରେ ଅତିଥି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସମାଜସେବୀ ମାଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନାରେ ଆଇନଜୀବୀ ମନୋରଞ୍ଜନ ପ୍ରଧାନ,ସମାଜସେବୀ ଦିଲ୍ଲୀପ ଜେନା,ଇଂ ଅଶୋକ ନାୟକ,ଶିକ୍ଷାକନେତା ଜୟପ୍ରକାଶ ପଣ୍ଡା ସହାୟତା କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here