ରେଳବାଇ ପ୍ଲାଟଫର୍ମରୁ ଜନୈକ ବ୍ୟକ୍ତିଙ୍କ ଶବ ଉଦ୍ଧାର:

ରାଉରକେଲା ରେଳବାଇ ଷ୍ଟେଷନର ପ୍ଲାଟ ଫର୍ମ ନଂ ୧ ରୁ ଜନୈକ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ଉକ୍ତ ସ୍ଥାନରେ ଥିବା ଖାଦ୍ୟ ଦୋକାନୀ ତାର ଦୋକାନ ସମ୍ମୁଖରେ ଜନୈକ ବୟସ୍କ ବ୍ୟକ୍ତି ପଡିଥିବା ନେଇ ରେଳବାଇ ପୋଲିଶକୁ ଜଣାଇଥିଲା । ଖବର ପାଇ ରେଳବାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ  କରିବାରୁ ଜଣା ପଡିଥିଲା ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ତାଙ୍କ ନିକଟରୁ ମିଳିଥିବା ଆଧାର କାର୍ଡ ଓ ରେଳବାଇ ରିଜର୍ବେସନ ଟିକେଟରୁ ଜଣା ପଡିଥିଲା ଯେ ସେ ସୁରେନ୍ଦ୍ର ନାଥ ପାଣ୍ଡେ (୮୬) ପି: ବଜରଙ୍ଗ ପାଣ୍ଡେ , ଗ୍ରା: ମଲିଖାନପୁର , ବିରବାହାନପୁର , ଉତ୍ତରପ୍ରଦେଶ ଜାଉନପୁର ଅଞ୍ଚଳର ବାସୀନ୍ଦା । ତାଙ୍କର  ସାଉଥ ବିହାର ରେଳରେ ରିଜରବେସନ ଟିକଟ ହୋଇଥିଲା ଘରକୁ ଜିବାପାଇଁ । ତାଙ୍କ ଟିକଟରୁ ତାଙ୍କର ବୟସ ୮୬ ବୋଲି ଜଣା ପଡିଥିଲା । ତଙ୍କର କୋଚ ନଂ ଥିଲା ଏ୧–୩୧ ଓ ପିଏନଆର ନଂ ଥିଲା — ୬୭୪–୬୨୮୬୮୨୭ । ରାଉରକେଲା ରେଳବାଇ ପୋଲିଶ ଶବ ଜବତ କରି ବ୍ୟବଛେଦ ପରେ ସରକାରୀ ଚିକିତ୍ସାଳୟ ସ୍ଥିତ ଶବ ଗୃହରେ ତାଙ୍କର ଶବ ରଖିଛନ୍ତି । ପରିବାର ଲୋକ ଆସିଲେ ଶବ ହସ୍ତାନ୍ତର କରାଯିବ । ତେବେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ । ଏ ନେଇ ରାଉରକେଲା ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here