ଭ୍ରାମ୍ୟମାଣ ଶ୍ରୀରାମ ମନ୍ଦିର ନିଧି ସଂଗ୍ରହ ରଥକୁ ବାଲିପଦରରେ ସ୍ୱାଗତ

ବୁଗୁଡା: ୨୩/୦୧: ପବିତ୍ର ଶାମ୍ବ ଦଶମୀ ଅବସରରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସକାଶେ ଭ୍ରାମ୍ୟମାଣ ନିଧି ସଂଗ୍ରହ ରଥ ବାଲିପଦରରେ ପୂର୍ବାହ୍ନରେ ପହଞ୍ଚିଥିଲା । ବାଲିପଦର ଉନ୍ନୟନ ପରିଷଦର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ସ୍ୱାଗତ ଓ ପୌରହିତ୍ୟରେ ବଜାରଛକ ଠାରେ ଏକ ପଥପ୍ରାନ୍ତ ନିବେଦନ ସଭାରେ ପ୍ରଚାରକ ଶାନ୍ତନୁ ମାଝି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ସହଯୋଗ କରିବା ପାଇଁ ସର୍ବସାଧାରଣଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ  ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର, ଇ.ଶଙ୍କର ରାଓ, ଇ.ବାଳକୃଷ୍ଣ ଦୋରା, ଜି.ସଞ୍ଜୀବ ପାତ୍ର, କେ.ଅଚ୍ୟୁତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀରାମ ଭକ୍ତ ଓ ସ୍ୱୟଂ ସେବକ ସଙ୍ଘ ରଥକୁ ବଜାର ଓ ସାହି ପରିକ୍ରମା କରି ସମିତି ନିର୍ଦ୍ଧାରିତ ରସିଦ ମାଧ୍ୟମରେ ବଦାନ୍ୟ ବ୍ୟକ୍ତିମାନଙ୍କ ଠାରୁ ନିଧି ସଂଗ୍ରହ କରିଥିଲେ ।

ଡ଼ଃ.କୁମୁଦ ଚନ୍ଦ୍ର ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here