ଲକ୍ଷେ ଘର ସମାଜ ପକ୍ଷରୁ ଦିନିକିଆ ଫୁଟବଲ ପ୍ରତିଯୋଗୀତା ଆୟୋଜିତ :

ରାଉରକେଲା ସ୍ଥିତ ସେକ୍ଟର –୧୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ‘ ସଦଭାବନା ‘ ଲକ୍ଷେଘର ସମାଜ ପକ୍ଷରୁ ଏକ ଦୀବସୀୟ ନକଆଉଟ ଫୁଟବଲ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଖେଳର ପୂର୍ବରୁ ବିଭିନ୍ନ ସଙ୍ଗଠନ , ସମାଜ ଓ ଆୟୋଜକ ଦଳର ପ୍ରମୁଖ ବ୍ୟକ୍ତିତ୍ବଙ୍କ ଦ୍ବାରା ଦିବଙ୍ଗତ ବରିଷ୍ଠ କର୍ମକର୍ତ୍ତାଙ୍କ ସ୍ମୁତିଚାରଣ କରାଯାଇ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରତିଯୋଗୀତାର ଅୟମାରମ୍ଭ ହୋଇଥିଲା । ଏହି ନକଆଉଟ ପ୍ରତିଯୋଗୀତାରେ ସମୁଦାୟ ୧୨ ଟି ଦଳ ଯୋଗ ଦେଇଥିଲେ । ଉଦଯାପନୀ ସମୟରେ ମୁଖ୍ୟଅତିଥି ଭାବେ ପ୍ରଫୁଲ୍ଲ ସୁନାନୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଗଣ ମଧ୍ୟ ମଞ୍ଚାସୀନ ହୋଇଥିଲେ । ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ବଣ୍ଡମୁଣ୍ଡା ୟଙ୍ଗ ବଏଜ ଦଳ ପେନାଲଟି ଗୋଲରେ ସେକ୍ଟର–୧୫ ସ୍ଥିତ ହାଂସଦା ବ୍ରଦର୍ସକୁ ହରାଇ ବିଜୟୀ ହୋଇଥିଲେ । ସଞ୍ଜୟ ପଟେଲଙ୍କ ନେତୃତ୍ବରେ ଅଙ୍କଲ ଫୁଟବଲ କ୍ଲବର ସଦସ୍ୟ ମାନେ ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ମଞ୍ଚାସୀନ ଅତିଥି ଗଣଙ୍କ ଦ୍ବାରା ବିଜେତା ଓ ଉପବିଜେତା ପୁରସ୍କୃତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ଅଧିବାସୀ ଉପସ୍ଥିତ ରହି ଉକ୍ତ ନକଆଉଟ ଫୁଟବଲ ପ୍ରତିଯୋଗୀତାକୁ ମନଭରି ଉପଭୋଗ କରିଥିଲେ । ଲକ୍ଷେଘର ସମାଜ ତଥା ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଗଣ ଉପସ୍ଥିତ ରହି ଆନ୍ତରିକତାର ସହିତ ସଂଚାଳନରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ସଙ୍ଗଠନର ସଭାପତି ଖେଳାଳୀ ମାନଙ୍କ ସହ ସମସ୍ତିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here