ଧର୍ଷଣ ଓ ଅପହରଣ ମାମଲାର ପର୍ଦାଫାସ :

ଆଉ ଏକ ଲଜ୍ୟା ଜନକ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଅଞ୍ଚଳରେ ।

ସୁନ୍ଦରଗଡ ଟାଉନ ପୋଲିଶକୁ ମିଳିଛି ଏକ ସଫଳତା । ଗୋଟିଏ ଅପହରଣ ଓ ଧର୍ଷଣ ମାମଲାର ହୋଇଛି ପର୍ଦ୍ଦାଫାଶ । ଅଭିଯୁକ୍ତ କୁଲଦୀପ ମଗରକୁ ଗିରଫ କରିବା ସହ ଅପହୃତ ଓ ଦୁଷ୍କର୍ମରେ ବ୍ୟବହୃତ ହୋଇଥିବା ଓଡି ୧୬ ଡି ୪୦୪୧ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡିକୁ ଜବତ କରିଛି ଟାଉନ ପୋଲିଶ। ସାଇଣ୍ଟିଫିକ ଟିମ ଦ୍ୱାରା ଗାଡିକୁ ଯାଞ୍ଚ କରିବାପରେ ଗାଡିଟି ଜଘନ୍ୟ କାଣ୍ଡରେ ବ୍ୟବହୃତ ହୋଇଥିବା ସ୍ପଷ୍ଟ ହୋଇଛି । ଉକ୍ତ ଗାଡିଟି ସୁନ୍ଦରଗଡ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠି ଜାର୍ଯ୍ୟଳୟ ରେ ଭଡାସୂତ୍ରରେ ଲାଗିଥିଲା । ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କୁ ଉକ୍ତ ଗାଡିରେ ଉଠାଇ ନେଇ ଅନ୍ୟତ୍ର ଦୁଷ୍କର୍ମ କରିବାପରେ ତାଙ୍କୁ ହତ୍ୟାକରିବ ବୋଲି ଧମକ ଦେଇଥିଲା । ତେବେ ଉକ୍ତ ମହିଳା ଜଣଙ୍କ ନିଜ ଉଦ୍ୟମରେ କୌଶଳ କରି ବଳତ୍କାରୀ ଠାରୁ ଖସି ଆସି ସୁନ୍ଦରଗଡ ଟାଉନ ପୋଲିଶକୁ ଘଟଣା ବିଷୟରେ ଅବଗତ କରାଇବା ସହ ଗତ ୨୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।  ପୋଲିଶ ମାମଲାର ଛାନଭିନ୍ କରି ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ଗାଡିକୁ ଜବତ କରିଛି । ସାଇଣ୍ଟିଫିକ ଦଳ ସହୟତାରେ ପ୍ରମାଣ ମିଳିବା ପରେ ଏବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ଘର ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଡୁରୁବଗା  ବୋଲି ପୋଲିଶ କହିଛି । ତେବେ ବଳତ୍କାରର ଶିକାର ହୋଇଥିବା ମହିଳା ଜଣଙ୍କର ଘର ନିଉ ଦିଲ୍ଲି ବୋଲି ପୋଲିଶ ତା’ର ପ୍ରାଥମିକ ତଦନ୍ତରେ କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here