ଯୌତୁକ ଯୁଇରେ ଆଉଜଣେ ବହୁ , ସ୍ବାମୀ ଥାନାରେ ଅଟକ :

ପୁନଶ୍ଚ ଯୌତୁକ ଯୁଇରେ ଚଢିଲା ଆଉ ଏକ ବହୁ । ଅତ୍ୟଧିକ ଲୋଭର ବଶବର୍ତ୍ତି ହୋଇ ଯୌତୁକ ରାକ୍ଷସ ମାନେ ନେଇଗଲେ ବହୁର ଜୀବନ । ଏଭଳି ଏକ ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ଘର ନଂ ବିଏଲ–୧୨୫ ରେ । ପାଞ୍ଚ ବର୍ଷ ପୂର୍ବରୁ ଭୂବନେଶ୍ବରର ଝିଅ ପ୍ରିୟଦର୍ଶିନୀ ବାହା ହୋଇଥିଲେ ବାସନ୍ତୀ କଲୋନୀର ଜ୍ଞାନ ରଞ୍ଜନ ପ୍ରଧାନକୁ । ପୁଅ ଘର ଦାବୀ ଅନୁଯାୟୀ ସମସ୍ତ ଯାନି ଯୌତୁକ ସହ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଇଥିଲେ ଝିଅର ବାପଘର। ଦୁହିଙ୍କ ଓ୍ବରସରୁ ପୁଅ ଟିଏ ମଧ୍ୟ ଅଛି । ତେବେ ବିହାହର କିଛିଦିନ ପରଠାରୁ ଶ୍ବଶୁର ଘର ପକ୍ଷରୁ ଆହୁରୀ ଅଧିକ ଅର୍ଥ ଓ ବିଭିନ୍ନ ଜିନିଷ ପାଇଁ ଦାବୀ ହେଉଥିବା ବେଳେ ଯେନତେନ ପ୍ରକାରେଣ ସମସ୍ତ ଦାବୀକୁ ପୂରଣ କରୁଥିଲେ ପ୍ରିୟଦର୍ଶିନୀର ବାପା । ହେଲେ ମଧ୍ୟ ଏଇ ଯୌତୁକ ରାକ୍ଷସ ମାନେ ଦିନ ରାତି ପ୍ରିୟଦର୍ଶିନୀକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ଜ୍ଞାନ ରଞ୍ଜନ ବାଙ୍ଗାଲୋରରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ଲକଡାଉନ ସମୟରେ ସେଠାରୁ ଘରକୁ ଚାଲି ଆସିଥିଲେ । ସମସ୍ତ ଦାବୀ ପୂରଣ ହେବା ପରେ ମଧ୍ୟ ନାନା ପ୍ରକାର ଅକଥନୀୟ ଅତ୍ୟାଚାର କରି ପରପୁରୁଷ ସହ ସମ୍ପର୍କ ରଖିଥିବାର ମିଥ୍ୟା ରଚନା କରି  ପ୍ରିୟଦର୍ଶିନୀକୁ ମାରି ଦେଇଥିବାର ଅଭିଯୋଗ ଆଣିଛନ୍ତି ତାଙ୍କର ଭାଇ ଓ ଦାଦା । ଏହି ଘଟଣାକୁ ନେଇ ମୃତା ପ୍ରିୟଦର୍ଶିନୀର ପରିବାର ଲୋକ ତାଙ୍କ ଝିଅକୁ ମାରିଦେଇଥିବା ନେଇ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି ସାଇଣ୍ଟିଫିକ ଦଳ ସହ ପୋଲିଶ ଜ୍ଞାନ ରଞ୍ଜନର ଘରକୁ ଯାଇ ତଦନ୍ତ କରିବା ପରେ ସାଇଣ୍ଟିଫିକ ଦଳର ଯାଞ୍ଚ ରିପୋର୍ଟ ପ୍ରତି ଗୁରୁତ୍ବ ଦେଇ ଘଟଣା ବିଷୟରେ ଜ୍ଞାନ ରଞ୍ଜନକୁ ଉଦିତନଗର ଥାନାରେ ଅଟକ ରଖିଥିବା ବେଳେ ପୁଅଘର ପରିବାର ଲୋକେ ଶିଶୁ ପୁତ୍ରକୁ ଧରି କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ଶବ ବ୍ୟବଛେଦ ପରେ ଝିଅଘର ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ନେଇ ମତବ୍ୟକ୍ତ କରିଛି ଉଦିତନଗର ପୋଲିଶ । ହତ୍ୟାର ପ୍ରକୃତ କାରଣ ଜଣା ପଡିବ ଶବ ବ୍ୟବଛେଦ ରିପୋର୍ଟ ଆସିଲେ । କାହିଁକି ହତ୍ୟା କଲେ ଶ୍ବଶୁର ଘର ଲୋକେ ପ୍ରିୟଦର୍ଶିନୀକୁ ତଦନ୍ତ ସାପେକ୍ଷ । ତେବେ ଯୌତୁକ ଯୁଇର ଶିକାର ହୋଇ ଚାଲିଗଲା ଆଉ ଏକ ନିରୀହା ବହୁର ଅମୂଲ୍ୟ ଜୀବନ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here