ଭକ୍ତ ଆଉ ଭଗବାନ୍ ଏ ଦୁହେଁ ପରସ୍ପର ଗୋଟିଏ ଡୋରୀରେ ବନ୍ଧା । ଭକ୍ତ ଯେଉଁଠି ଭଗବାନ୍ ସେଇଠି ବୋଲି ବିଭିନ୍ନ କିମ୍ବଦନ୍ତୀ ବା ଇତିହାସ ଆଉ ପୂରାଣ ଶାସ୍ତ୍ରରେ ଆଗରୁ ବର୍ଣ୍ଣିତ ଅଛି । ନା ଭକ୍ତ ଭଗବାନଙ୍କୁ ଛାଡି ପାରୁଛୁ, ନା ଭଗବାନ୍ ଭକ୍ତଙ୍କୁ ଛାଡି ପାରୁଛନ୍ତି । ସେହିଭଳି ଏକ ଘଟ୍ଟଣା ଠିକ୍ ଆଜକୁ ୪୫ ବର୍ଷପୂର୍ବେ ଉକ୍ତ ମନ୍ଦିରର ମୂଖ୍ୟ ପୂଜକ ସହିତ ଘଟିଥିଲା । “ମା”ଙ୍କର ଏକ ପିତ୍ତଳ ମୂର୍ତ୍ତୀ ବିଲ ମଧ୍ୟରୁ ପାଇକି ଆଣି ସ୍ୱୟଂ “ମା”ଙ୍କ ଶୋପ୍ନାଦେଶ କ୍ରମେ ସେହି ପବିତ୍ର ପୀଠରେ ପ୍ରଥମେ “ମା”ଙ୍କ ମୃର୍ତ୍ତୀକୁ ରଖି ପୂଜା କରାଗଲା । ପରେ ପରେ ମା”ଙ୍କ ରହିବା ନିମନ୍ତେ ଗ୍ରାମବାସୀ ଓ ଅନ୍ୟାନ୍ୟ ବିଭିନ୍ନ ଭକ୍ତ ମାନଙ୍କ ଯଥା ସାଦ୍ଧ୍ୟ ଉଦ୍ୟମ କ୍ରମେ “ମା”ଙ୍କ ରହିବା ନିମନ୍ତେ ଏକ ମନ୍ଦିର ନିର୍ମାଣ କରାଯାଇ, ସେବେଠାରୁ “ମା”ମଂଗଳାକୁ ସେହି ମନ୍ଦିରରେ ପୂଜା କରାଯାଇ ଆସୁଅଛି । ହଁ ଆଜ୍ଞା ଆମେ କହୁଛୁ କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କପାଳେଶ୍ଵର ଗ୍ରାମ ପଞ୍ଚାୟତର ଗରୁଆଳ ଓ ହଳଦୀଢୀୟ ଗ୍ରାମରେ ଦୀର୍ଘ ୪୫ ବର୍ଷଧରି “ମା” ମଂଗଳାଙ୍କ ରୂପେ ପୂଜା ପାଇ ଆସୁଥିବା “ମା” ମଂଗଳା କଥା ବା କାହାଣୀ । ଏହା ନିଶ୍ଚିନ୍ତ ରୂପେ ଏକ ସତ୍ୟ ଘଟ୍ଟଣା ଉପରେ ଅଧାରିତ ଅଟେ । ସେ ଯାହା ହେଉନା କାହିଁକି “ମା”ଙ୍କ ଅପାର କରୁଣା ଓ କୃର୍ପାରୁ ଉକ୍ତ ଗ୍ରାମରେ ଦୀର୍ଘ କିଛି ବର୍ଷହେବ ଗ୍ରାମବାସୀ ମାନଙ୍କର ମଂଗଳ କାମନା କରାଯାଇ, ଏହି ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଏହି “ମା” ମଂଗଳାଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି । ଭକ୍ତ ଆଉ ଭଗବାନ ସହିତ ଏକ ଭାବ ବା ନିବିଡ ସମ୍ପର୍କ ଯୋଡିବା ନିମନ୍ତେ । ଭକ୍ତି ସହକାରେ ନିଜ ନିଜର ମାନସୀକ ପୁରଣ କରି “ମା”ଙ୍କ କରୁଣା ଆଉ ଆଶ୍ରୀବାଦ ଭୀକ୍ଷା ମଧ୍ୟ କରିଥାନ୍ତି । ଆଉ ଆନନ୍ଦ ମନରେ ମାଙ୍କ ପୀଠରୁ ଘରକୁ ଫେରିଥାନ୍ତି । ବର୍ତମାନ ଆମେ ଆସି ସେହି ଯଜ୍ଞସ୍ଥଳୀ ବା ମାଙ୍କ ଆସ୍ଥାନ ବା ମଣ୍ଡପ ପାଖରେ ପହଞ୍ଚିଛୁ । କଭଳି ସେହି ଶକ୍ତିପୀଠ ଓ ମାଙ୍କ ପୀଠରେ ବା ମନ୍ଦିର ପ୍ରାଂଗଣରେ ନାମ ସଂକୀର୍ତ୍ତନ ସହିତ ମହା ଯଜ୍ଞର କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ଏବଂ ଏହି ପୀଠ ବା ସ୍ଥଳୀର ମାହାତ୍ମ୍ୟ କଣ ରହିଛି ଏବଂ କାହିଁକି ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ବା ସମାଗମ ଏଠାରେ ଲାଗି ଦିନ ତମାମ ଲାଗି ରହିଥାଏ । ଆସିନ୍ତୁ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ଆମ ସହିତ କିଛି ଭକ୍ତ ଯୋଡି ହୋଇଛନ୍ତି । ଯିବା ଟିକେ ପଚାରୀ ବୁଝିବା କଣ ଓ କିପ୍ରକାର ମନ୍ତବ୍ୟ ବା ପ୍ରତିକ୍ରିୟା ରଖୁଛନ୍ତି ସେଠାକାର ସ୍ଥାନୀୟ ଗ୍ରାମବାସୀ ମାନେ । ସିଧାସଳଖ ସେମାନଙ୍କ ମୁହଁରୁ ଶୁଣିବା ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।