ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ , ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଯାତ୍ରୀ :

ମାସାଧିକ ସମୟ ପର୍ଯ୍ୟନ୍ତ ସେଫ୍ଟି ମାସ ଚାଲୁ ଥିବା ବେଳେ ବିଶ୍ରା ଅଞ୍ଚଳରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ କାରଟିର ସମ୍ମୁଖଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଡୋର ମଧ୍ୟ ଭାଙ୍ଗି ଯାଇଥିବା ପରିଲକ୍ଷିତ ହୋଇଛି । ଡବ୍ଲୁବି ୦୭ ଜେ ୩୩୮୨ ନଂ କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ରତାଖଣ୍ଡି ରୁ ସନ୍ତୋଷପୁର ସ୍ଥିତ ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇବା ସହ ଏକ ପୁରୁଣା ଆମ୍ବ ଗଛରେ ପିଟି ହୋଇଯିବାରୁ କାରଟିର ସମ୍ମୁଖଭାଗ ଚୁରମାର ହୋଇଯାଇଛି । ତେବେ ସ୍ଥାନୀୟ ବାସୀନ୍ଦାଙ୍କ କହିବା ଅନୁଯାୟୀ ଉକ୍ତ କାରରେ ୪ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଅଞ୍ଚଳ ବାସୀଙ୍କ ସହାୟତାରେ ରାଉରକେଲା ଆରଜିଏଚକୁ ଚିକିତ୍ସା ପାଇଁ ପଠାଯାଇଛି । ଚାରିଜଣ ଆହତ ମାନଙ୍କର ଚିକିତ୍ସା ଯାରି ରହିଛି । ହେଲେ ଆସନ୍ନ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ କାର ଯାତ୍ରୀ ଗଣ । କାରଟି ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ । କାରଯାତ୍ରୀ ମାନଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ବିଶ୍ରା ପୋଲିଶ ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here