ଆଜିର ଦିନରେ ପୁରି ଉଠିଥିଲା ଭାରତ ମା ର କୋଳ : ଜନ୍ମ ହୋଇଥିଲେ ବୀର ପୁତ୍ର ନେତାଜୀ

ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତର ମହାନ ଦେଶଭକ୍ତ ଓ ଜଣେ ନିର୍ଭିକ ସ୍ୱତନ୍ତ୍ରତା ସଂଗ୍ରାମୀ ଥିଲେ l ପ୍ରତେକଟି ଭାରତୀୟ ଶିଶୁ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ସେ ଆଜି ମଧ୍ୟ ପ୍ରିୟ ଅଟନ୍ତି l ତାଙ୍କର ଜନ୍ମ ଜାନୁଆରୀ ୨୩ ତାରିଖ ୧୮୯୭ ରେ ଓଡ଼ିଶାର କଟକ ଜିଲ୍ଲାରେ ଗୋଟିଏ ହିନ୍ଦୁ ପରିବାରରେ ହୋଇଥିଲା l ସେ ପିଲାଟି ଦିନରୁ ତାଙ୍କ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ଭିକ ଶୋଭାବର ଥିଲେ l ପ୍ରାରମ୍ଭିକ ଶିକ୍ଷା ସେ ରେଭେନ୍ସା କଲଜୀଏଟ ସ୍କୁଲରେ ସମାପ୍ତ କରିଥିଲେ ଓ ଏହା ପରେ ସେ କଲିକତାରେ ଯାଇ ଶିକ୍ଷା ଗ୍ରହଣ କରିଥିଲେ l ଇଂରାଜୀ ମାନଙ୍କ କ୍ରୁରତା ଯୋଗୁ ନିଜ ଦେଶବାସୀଙ୍କର ଦୟନୀୟ ସ୍ଥିତି ଦେଖି ସେ କଠିନ ଦୁଃଖ ପାଇଥିଲେ l

ଭାରତୀୟ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ଚାକିରୀ ଛାଡି ରାଷ୍ଟ୍ରୀୟ ଆନ୍ଦୋଳନ ସହିତ ଯୋଡି ହୋଇଥିଲେ l ସୁବାସ ବୋଷ ଦେଶ ଭକ୍ତ ଚିତ୍ତରଞ୍ଜନ ଦାଶଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ତେଣୁ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଅଧକ୍ଷ ଭାବରେ ଯୋଗ ଦେଇଥିଲେ l ପରେ ସେ ଗାନ୍ଧିଜୀଙ୍କ ବିଚାର ଧାରାରେ ମତଭେଦ କାରଣରୁ କଂଗ୍ରେସ ପାର୍ଟି ଛାଡି ଦେଇଥିଲେ l ସୁବାସ ବୋଷଙ୍କର ଧାରଣା ରହିଥିଲା ଯେ ଇଂରେଜ ମାନଙ୍କ ପାଖରୁ ସ୍ୱାଧୀନତା ପାଇବା ପାଇଁ ଅହିଂସା ଆନ୍ଦୋଳନ କେବଳ ଠିକ ନୁହେଁ ,ସେଥିପାଇଁ ଦେଶକୁ ସ୍ୱାଧୀନତା ଦେବାକୁ ସେ ହିଂଶକ ମୂଳକ ଆନ୍ଦୋଳନ ବାଛି ଥିଲେ l ନେତାଜୀ ଭାରତରୁ ଦୁରକୁ ଯାଇ ଜର୍ମାନୀ ଓ ଜାପାନରେ ସେ ନିଜର ରାଷ୍ଟ୍ରୀୟ ସେନା ପ୍ରସ୍ତୁତ କଲେ ,ଯାହାର ନାମ ଥିଲା ଆଜାଦ ହିନ୍ଦ ଫୌଜ l

ବ୍ରିଟିଶ ଶାସନ ବିରୁଦ୍ଧରେ ବୀରତ୍ୱର ସହିତ ଲଢ଼ିବା ପାଇଁ ଓ ନିଜର ମାତୃ ଭୂମିକୁ ଇଂରେଜ କବଳରୁ ରକ୍ଷା କାରିବ ପାଇଁ ସେ କହିଥିଲେ ତମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ l ସେ ନିଜର ଏହି ବାଣୀ ଦ୍ୱାରା ନିଜ ସୈନିକ ମାନଙ୍କୁ ପ୍ରେରଣା ଦେଉଥିଲେ l କୁହାଯାଏ ଯେ ୧୯୪୫ ରେ ଗୋଟିଏ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା l ବ୍ରିଟିଶ ଶାସନ ସହିତ ଲଢ଼ିବା ପାଇଁ ତାଙ୍କର ଭାରତୀୟ ରାଷ୍ଟ୍ରୀୟ ସେନାର ସମସ୍ତ ଆଶା ମଉଳି ଯିବାକୁ ଲାଗିଲା କିନ୍ତୁ ତାଙ୍କର ମୃତ୍ୟୁ ପରେ ମଧ୍ୟ ଭାରତୀୟ ମାନଙ୍କ ହୃଦୟରେ ଆଜି ମଧ୍ୟ ନେତାଜୀ ଜୀବିତ ଅଛନ୍ତି l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here