ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ନେଇ ପ୍ରସ୍ତୁତି ବୈଠକ :

ଆସନ୍ତା ଫେବୃଆରୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତକୁ ସଫଳ କରିବା ପାଇଁ ଆଜି ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ଗିରିଙ୍ଗକେଲା କଲ୍ୟାଣମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ଭାବରେ ଏକ ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ । ବିଜୁ ଯୁବଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି ସଭାରେ ସୁନ୍ଦରଗଡ ସଦର ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ, ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ ଟପ୍ପୋ ,ବିଜୁ ଛାତ୍ରଜନତା ଦଳ ଜିଲ୍ଲା ସଭାପତି ସେହବାଜ ହୁସେନ ,ଯୁବ ଜନତା ଦଳ ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ ସମେତ ବହୁ ଯୁବ ଛାତ୍ର ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କିପରି ସଫଳ କରାହେବ ସେନେଇ ବୈଠକରେ ଯୋଜନା ପ୍ରସ୍ତୁତ କରାଯିବା ସହ ,ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ I

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here