ପୁଣି ରାଜନଗର ବ୍ଲକର ଜୈନିକ MBK ମନୋରମା ମହାନ୍ତିଙ୍କ ନାମରେ ଜିଲ୍ଲାପାଳଙ୍କୁ ଅଭିଯୋଗ ।

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବନ୍ଧପଡା ଗ୍ରାମ ପଞ୍ଚାୟତ ମହିଳା ମହାସଂଘର MBK ମନୋରମା ମହାନ୍ତିଙ୍କ ନାମରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଯେଉଁ ଅଭି ଯୋଗକି ଏମିତି ସେମିତି ଅଭିଯୋଗ ନୁହେଁ । ଅଭିଯୋଗ ହେଉଛି ପୁଣି ୫୫ ଲକ୍ଷ ଟଙ୍କାର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ରାଜନଗର ବ୍ଳକର କୃଷ୍ଣା କାବେରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବନ୍ଧପଡା ଗ୍ରାମ ପଞ୍ଚାୟତର ମହିଳା ମହାସଂଘର ସମସ୍ତ ସଦସ୍ୟାମାନେ । ସେଠାରେ ହୋଇଥିବା ଦୃର୍ନିତୀ ବିଷୟରେ ଅଭିଯୋଗ ଆଣି ଶତାଧିକ ମହିଳା ଭେଟିଲେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ନୂର୍ତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜଙ୍କୁ । ମହିଳା ମହା ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ଏକ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି ଯେ-ଏପରି ଏକ ସାଂଘାତିକ ଅଭିଯୋଗ ବିଷୟରେ ସେମାନେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ପିଡି ଡିଆରଡିଏଙ୍କୁ ବାରମ୍ବାର ଲିଖିତାକାରରେ ଜଣାଇଁବା ପରେ ପିଡି ୧୦ ଦିନ ମଧ୍ୟରେ ସମସ୍ୟାର ତୁରନ୍ତ ସମାଧାନ କରିଦେବେ କହି ଡିପିଏମକୁ ବୁଝିବା ପାଇଁକାର୍ଯ୍ୟାଦେଶ ଦେଇଥିଲେ । ଡିପିଏମ୍ ମହାସୟ ମଧ୍ୟ ରାଜନଗର ବ୍ଲକ୍ ଯାଇ ରାଜନଗର ବିଡିଓ ଏବଂ ଓ ଏଲ୍ ଏମଙ୍କୁ ଭେଟିବା ପରେ ବିଡିଓ ଓ ଓ ଏ ଏଲ୍ ଏମ୍ ସମସ୍ତ ହିସାବର ନକଲ ପିଡି ଓ ଜିଲ୍ଲାପାଳଙ୍କୁ ଦେଇ ସାରିଛୁ ।  ଏହା ପରେ ମହିଳା ମହା ସଂଘର କର୍ମକର୍ତ୍ତାମାନେ ପିଡି ଓ ଡିପିଏମଙ୍କ ସହିତ କଥାହେବା ପରେ ସମସ୍ତ ତଥ୍ୟାବଳୀ ଏବଂ ପୁରା ଘଟ୍ଟଣାର ପର୍ଦ୍ଧାଫାସ୍ ହୋଇଥିଲା । ଏମବିକେ ଦେଇଥିବା ତଥ୍ୟରେ ସ୍ପଷ୍ଟ ଉଲେଖଥିଲା ଯେ-ଟୋଟାଲ୍ ସରକାରଙ୍କ ତରଫରୁ ଆସିଥିବା ୯୯ ଲକ୍ଷ ଟଙ୍କାରୁ ମାତ୍ର ୪୪ଲକ୍ଷ ଟଙ୍କାର ହିସାବ ଦେବାପରେ ଆଉ ଅବଶିଷ୍ଠ ୫୫ଲକ୍ଷ ଟଙ୍କାର ହିସାବ ନଦେଇ ପାରିବା ଏବଂ ସମସ୍ତ ଟଙ୍କାକୁ ଆତ୍ମସାତ କରିବା ପଛରେ ମୂଖ୍ୟ କାରପଟ୍ଟଦାର କୁଆଡେ ନିଜେ ଏମ୍ ବି କେ ମନୋରମା ମହାନ୍ତି । ତେବେ ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ଯଦି ଏତେ ଲକ୍ଷ ଟଙ୍କାର ଘୋଟାଲା ଜଣେ ସାମାନ୍ୟ ଏମବିକେ କରିଛନ୍ତି । ତେବେ କାହିଁକି ସରକାର ଏବଂ ରାଜନେତା ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି । କଣ ରହିଛି ଏହା ପଛରେ ମୂଖ୍ୟ କାରଣ । ଏତେଗୁଡିଏ ଟଙ୍କାର ହିସାବ ନମିଳିବ ଏବଂ ହଡପ ପଛରେ ଖାଲି ଏମବିକେ ମନୋରମା ମହାନ୍ତି ରହିଛନ୍ତି ନା ତାଙ୍କ ସହିତ ଅନ୍ୟାନ୍ୟ ଆଉ ବଡ ବଡ ପଦାଧିକାରୀ ଏବଂ ରାଜନେତାଙ୍କର ରହିଛି ହାତ । ଏସବୁର ପୁରା ତଥ୍ୟାବଳୀ ସହିତ ଆମେ ଆସିବୁ ଖୁବ୍ ସିଘ୍ର ଆପଣମାନଙ୍କ ସାମ୍ମନାକୁ ସବିଶେଷ ବିବରଣୀ ସହିତ ଆଉ ୫୫ ଲକ୍ଷ ଟଙ୍କା ହଡପ୍ ପଛର ପୁରା କଳା ପରଦା ହଟାଇବାକୁ ମଧ୍ୟ ଚେଷ୍ଟା କରିବୁ ଆଗାମୀ ଅଧ୍ୟାୟରେ । ତେବେ ଆସନ୍ତୁ ଶୁଣିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଆସିଥିବା ମହିଳା ମହା ସଂଘର ସଭାନେତ୍ରୀ ଓ ସଂମ୍ପାଦକଙ୍କ ସହିତ ଅନ୍ୟାନ୍ୟ ସଦସ୍ୟାମାନେ କଣ ପ୍ରତିକ୍ରିୟା ରଖୁଛନ୍ତି ଗଣମାଧ୍ୟମ ଆଗରେ । ସିଧାସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here