ହାତୀ ଦଳାରେ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ :

ଜଙ୍ଗଲୀ ହାତୀ ନେଇଗଲା ପୁନଶ୍ଚ ଆଉ ଏକ ଅମୁଲ୍ୟ ଜୀବନ ।  ଜଙ୍ଗଲୀ ହାତୀ ଦଳକୁ ଜଙ୍ଗଲ ଆଡକୁ ଘଉଡାଇବା ସମୟରେ ରାତିରେ ପରିଶ୍ରା ପାଇଁ ନିଜ ଘରୁ ୧୦୦ ମିଟର ଦୁରକୁ ଆସିଥିବା ଝରାଡବେନ ଗ୍ରାମର ବାସୀନ୍ଦା ପିତୃଶ ଏକ୍କା (୫୫) ଜଙ୍ଗଲୀ ହାତୀ ଶହ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ପିତୃଶକୁ କଚାଡି ମାରି ଦେଇଥିଲା । କୁଆଁରମୁଣ୍ଡା ବନରେଞ୍ଜ ଅନ୍ତର୍ଗତ କଲୁଙ୍ଗା ବନାଞ୍ଚଳ ସଂଲଗ୍ନ ଗର୍ଜନ ସ୍ଥିତ ଝରାଡବେନ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ତେବେ ବନ ବିଭାଗୀୟ ଅଧିକାରୀ ଓ ସହକର୍ମୀ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରିବା ସହ ପ୍ରାଥମିକ ସ୍ଥରରେ କ୍ରୀୟାକର୍ମ ସକାସେ କିଛି ଅର୍ଥ ପ୍ରଦାନ କରିଥିବା ବେଳେ ସମୁଦାୟ ୪ ଲକ୍ଷ ଟଙ୍କା ପାଇବେ ମୃତ ପିତୃଶର ପରିବାର ବର୍ଗ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାଇ ପିତୃଶର କାନକୁ ଶୁଣା ଯାଉ ନ ଥିବାରୁ ହାତୀ ଘଉଡାଇଡା ସମୟରେ ଲୋକଙ୍କର ପାଟିଗୋଳ ଶୁଣି ନ ପାରି ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ଜଙ୍ଗଲୀ ହାତୀ ଦ୍ବାରା ଇହଲୀଳା ସମ୍ବରଣ କରିଥିଲେ । ତେବେ ଏହା ପୂର୍ବରୁ ଜଙ୍ଗଲୀ ହାତୀ ଦାଉରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଯଥାସାଧ୍ୟ ମତେ ଚେଷ୍ଟା କରିବାକୁ କୁଆଁରମୁଣ୍ଡା ବନରେଞ୍ଜ ତରଫରୁ ମାଇକିଙ୍ଗ ଯୋଗେ ଘୋଷଣା କରାଯାଇଥିଲା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here