ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସଡକ ସୁରକ୍ଷା ସପ୍ତାହ ପାଳିତ

 ଡାବୁଗାଁ, ୨୧/୧ ନବରଙ୍ଗପୁର ଜିଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଡାବୁଗାଁ ଥାନା ପୋଲିସ ସହଯୋଗରେ  ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ରାଲି ଡାବୁଗାଁ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏନେଇ ଏକ ରାଲି ଡାବୁଗାଁ ବସ ଷ୍ଟାଣ୍ଡ ଠାରୁ ବାହାରି ଗ୍ରାମ ପରିକ୍ରମା କରିଥିଲା | ଏହି ରାଲି ରେ  ଲୋକଙ୍କୁ ଗାଡି ଚଳାଇବା ବେଳେ  ହେଲମେଟ ପିନ୍ଧିବା, ସିଟ ବେଲ୍ଟ ପିନ୍ଧିବା , କୌଣସି ନିଶା ସେବନ କରି ଗାଡି ନ ଚଲାଇବା ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା  ଭଳି  ଅନେକ ପ୍ରକାରର ସଡକ ସୁରକ୍ଷା  ବାର୍ତ୍ତା ଦେଇ ଜନସଚେତନତା କରିଥିଲେ | ଏ ନେଇଏକ  ସଡକ ସୁରକ୍ଷା ରଥ ମାଧ୍ୟମରେ ସଡକ ସୁରକ୍ଷା ବାର୍ତ୍ତା ଦେଇ ବିଭିନ୍ନ ଗ୍ରାମରେ ବୁଲୁଥିବା ଦେଖିବାକୁ ମିଳିଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ, ଥାନା ଏଏସଆଇ ଶ୍ୟାମ ସୁନ୍ଦର ବେହେରା ଓ କୈଳାସ ଚନ୍ଦ୍ର ବେହେରା ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |                                     

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here