ଗୁଣ୍ଡା ସାଜିଲେ ଗୁଆଳସିଂ ସରପଞ୍ଚ

କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ୍ ଅନ୍ତର୍ଗତ ଗୁଆଳ ସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ବଟିଆ ବାବୁ ସାଜିଲେ ଗୁଣ୍ଡା । ମଦ୍ୟ ପାନକରି ହୋଟେଲରେଭାଙ୍ଗିଲେ ଚେୟାର ଟେବୁଲ୍ , ଆଉ ଦେଖାଇଲେ ପତିଆରା । ହଁ ଆଜ୍ଞା ଆମେ କହୁଛୁ କେନ୍ଦ୍ରାପଡ଼ା ଗୁଆଳ ସିଂ ପଞ୍ଚାୟତ ସରପଞ୍ଚ ବାବୁଙ୍କ କଥା । ଗତ ୧୯ତାରିଖ ବିଳମ୍ବିତ ରାତିରେ କଲେଜ୍ ଛକର ଅଳ୍ପ ଦୂରରେ ଥିବା ହୋଟେଲ୍ ନୀଉ ସ୍ଵାଦରେ ଘରକୁ ଖାଇବା ନେବାପାଇଁ ଏକ ପାର୍ସଲ୍ ଅର୍ଡର କରିଥିଲେ । ଅର୍ଡର୍ କରିଥିବା ପାର୍ସଲ ଏବଂ ଖାଇବା ବିଲ୍ ମାତ୍ର -୨୪୦ ଟଙ୍କା ହୋଇଛି ବୋଲି ହୋଟେଲ୍ ମାଲିକ ଜୟନ୍ତ ପ୍ରଧାନ ମାଗିଥିଲେ ।  ବିଲ୍ ମାଗିବା କ୍ଷଣି ତାତି ଉଠିଥିଲେ ସରପଞ୍ଚ ବାବୁ । ଦେଖାଇବାକୁ ଲାଗିଥିଲେ ସରପଞ୍ଚ ପଦ ପଦବି ଆଉ କ୍ଷମତାର କରାମତି  । ଏପରିକି ହୋଟେଲ ମାଲିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଭାଙ୍ଗିଲେ ହୋଟେଲର ସମସ୍ତ ଚେୟାର ଟେବୁଲ୍ । କହିଲେ ମୁଁ ହେଉଚି ଏ ଏରିଆର ସରପଞ୍ଚ ଆଉ ତୁ ମୋତେ ଟଙ୍କା ମାଗୁଛୁ । ତୋର ଏତେ ସହାସ, ତୋର ଏଠି ଦୋକାନ କରିବାର ବୋଧେ ଇଚ୍ଛା ନାହିଁ । ଏପରି କିଛି କଟୁ କଥା ବା ମନ୍ତବ୍ୟ ସହ ଆହୁରି ମଧ୍ୟ ଅନେକ କିଛି ପାଟିକୁ ଆସିଲା ଅସଭ୍ୟ ଭାଷାରେ ଗାଳିଗୁଲଜ କରି ସେ ଜାଗାଛାଡି ତୁରନ୍ତ ସେଠାରୁ ଫେରାର ଯାଇଥିଲେ ଏହି ସରପଞ୍ଚ ବଟିଆ ବାବୁ । ହୋଟେଲ୍ ବନ୍ଦକରି ଗଲାପରେ ସରପଞ୍ଚ ବାବୁ ପୁଣି ଆସି ହୋଟେଲ୍ ଗେଟକୁ ବାଡେଇବା ସହ  ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏବଂ ହୋଟେଲ ମାଲିକଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇ ଯାଇଥିଲେ । ଯାହା ହୋଟେଲ ମାଲିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କୁହନ୍ତି । ସେହି ଦିନ ରାତିରେ ହୋଟେଲ୍ ମାଲିକ ଜୟନ୍ତ ବାବୁ ନିକଟସ୍ଥ ସଦର ଥାନାରେ ଏକ ଲିଖିତ ଅଭିଯୋଗ ବା ଏତଲା ଦେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସଦର ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ସରପଞ୍ଚଙ୍କ ପ୍ରତି ଗ୍ରହଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେ-ପ୍ରକୃର୍ତରେ ସରପଞ୍ଚ ମାନଙ୍କୁ ସରକାର କାହାପାଇଁ ପଦବୀରେ ବସାଇଛନ୍ତି । ଲୋକସେବା ପାଇଁ ହୋଇଥିବା ସରପଞ୍ଚ ଯଦି ଲୋକ ମାନଙ୍କୁ ଦେଖାଇବେ ନିଜ ପଦବୀର ଅହଙ୍କାର । ତେବେ ସାଧାରଣ ଜନତା ଗୁହାରୀ କରିବେ କାହାକୁ ? ଏହି ଘଟଣାପରେ ଲୋକେ କୁହା କହୁ ହେଉଛନ୍ତି ସରପଞ୍ଚ ବଟିଆ ବାବୁଙ୍କର ୱାର୍ଡ ମେମ୍ବର ହେବାରବି ସାମାନ୍ୟ ତମ ଯୋଗ୍ୟତା ନାହିଁ, ହେଲେ ସେ ସରପଞ୍ଚ ହେଲେ କେମିତି । କିଏ କଲା ତାଙ୍କୁ ସରପଞ୍ଚ । ଯୋଉ ସରପଞ୍ଚ ସାମାନ୍ୟ ୨୪୦ ଟଙ୍କାପାଇଁ ହୋଟେଲ ମାଲିକଙ୍କ ସହିତ ଏଭଳି ଗାଳିଗୁଲଜ ଏବଂ ହୋଟେଲ୍ ଭିତରେ ଭଂଗାରୁଜା କରିପାରେ । ତେବେ ସେ ଲୋକଙ୍କ ସମସ୍ୟା କଥା ବୁଝୁଥିବେ କଣ ?  ସରପଞ୍ଚଙ୍କର ଏଭଳି କାର୍ଯ୍ୟ ଭିଆଇବା ଯେ-କେତେ ଦୂର ଠିକ୍ ଏହା ସାଧାରଣରେ ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏ ଘଟଣାରେ ଉଦ୍ଧତ ସରପଞ୍ଚଙ୍କୁ ଗିରଫ ନକରିବା ଏବଂ ସରପଞ୍ଚଙ୍କୁ ଘଣ୍ଟ ଘୋଡାଇବା ପୋଲିସ ପ୍ରତି  ସାଧାରଣ ଜନତାଙ୍କର ନିଶ୍ଚିନ୍ତ ରୂପେ ସନ୍ଦେହ ସୃଷ୍ଟି କରୁଛି ।ତେବେ ପୋଲିସ ପ୍ରଶାସନ ଏହି ଗୁଣ୍ଡା ରୂପକ ସରପଞ୍ଚ ବଟିଆ ବାବୁଙ୍କୁ କେବେ କରିବେ ଗିରଫ , ତାହା ଖାଲି ଯାହା ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here